Advertisment

Fire: ଘରେ ଲାଗିଗଲା ନିଆଁ, ଜଳିଗଲେ ଖବରକାଗଜ ବିତରକ

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି ଏକ ବଡ଼ ଅଘଟଣ। ଘରେ ନିଆଁ ଲାଗି ଜୀବନ୍ତ ଜଳି ଯାଇଛନ୍ତି ଜଣେ ଖବର କାଗଜ ବିତରକ।

Fire
Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି ଏକ ବଡ଼ ଅଘଟଣ। ଘରେ ନିଆଁ ଲାଗି ଜୀବନ୍ତ ଜଳି ଯାଇଛନ୍ତି ଜଣେ ଖବର କାଗଜ ବିତରକ।

Advertisment

ଆନନ୍ଦପୁର ବଡ଼ଦାଣ୍ଡ ସାହିରେ ଘଟିଛି ଏହି ଘଟଣା। ମୃତକ ଜଣକ ହେଉଛନ୍ତି ଦେବେନ୍ଦ୍ର ମିଶ୍ର।

ଗତକାଲି ଘରେ ସେ ଏକାକୀ ଥିବା ବେଳେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ  ପୁଲିସ ଏହାର ତଦନ୍ତ କରୁଛି।

Advertisment

ତାଙ୍କ ପୁତୁରାଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ଭୁବନେଶ୍ୱରରୁ ଫେରିଥିଲେ। ରାତି ପ୍ରାୟ ୧୧ଟା ବେଳେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। 

ଦେବେନ୍ଦ୍ରଙ୍କ ଘରେ ନିଆଁ ଲାଗିଥିବା କଥା ପ୍ରଥମେ ତାଙ୍କ ପୁତୁରା ଘର ଲୋକେ ସିସିଟିଭିରୁ ଦେଖି ଥିଲେ। ସେମାନେ ଘରୁ ବାହାରକୁ ଯାଇ ଦେଖିଲା ବେଳକୁ ନିଆଁ ବ୍ୟାପକ ହୋଇସାରିଥିଲା। ସେମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ନିଆଁରେ ଘରଟି ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଦେବେନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ବେଳେ ସେ ଘରେ ଏକୁଟିଆ ଥିଲେ। ତାଙ୍କ ପରିବାର ଲୋକେ ଭଦ୍ରକରେ ରହନ୍ତି। ନିଆଁ କେମିତି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe