ରୋଗୀଣା ମାଆକୁ ଟ୍ରଲିରେ ଜିଲ୍ଲାପାଳ ଅଫିସ୍‌ ନେଲା ପୁଅ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଟାଟା ପାୱାର କମ୍ପାନୀ ବିଦ୍ୟୁତ ସଂଯୋଗ କାଟିଦେଲା। ଯେତେ ନେହୁରା ହେଲେ ମଧ୍ୟ ସଂଯୋଗ ଦେଲା ନାହିଁ। ଶେଷରେ ଗୁହାରୀ ଜଣାଇବା ପାଇଁ ନିଜର ରୋଗୀଣା ମାଆକୁ ଟ୍ରଲିରେ ଶୁଆଇ ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଲା ପୁଅ। ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ପୂରା ଘଟଣା ଏମିତି। ଏମ୍‌ଭି-୪୧ ଗାଁର ଦୀପକ ଦେ’ଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା। ଘରେ ତାଙ୍କୁ ଅକ୍ସିଜେନ୍‌ ସପୋଟରେ ରଖାଯାଇଥିଲା। ସେ ବିଜୁଳି […]

Malkangiri

Malkangiri

Manoranjan Sial
  • Published: Sunday, 31 October 2021
  • Updated: 31 October 2021, 10:22 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଟାଟା ପାୱାର କମ୍ପାନୀ ବିଦ୍ୟୁତ ସଂଯୋଗ କାଟିଦେଲା। ଯେତେ ନେହୁରା ହେଲେ ମଧ୍ୟ ସଂଯୋଗ ଦେଲା ନାହିଁ। ଶେଷରେ ଗୁହାରୀ ଜଣାଇବା ପାଇଁ ନିଜର ରୋଗୀଣା ମାଆକୁ ଟ୍ରଲିରେ ଶୁଆଇ ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଲା ପୁଅ। ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି।

ପୂରା ଘଟଣା ଏମିତି। ଏମ୍‌ଭି-୪୧ ଗାଁର ଦୀପକ ଦେ’ଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା। ଘରେ ତାଙ୍କୁ ଅକ୍ସିଜେନ୍‌ ସପୋଟରେ ରଖାଯାଇଥିଲା। ସେ ବିଜୁଳି ବିଲ୍‌ ପୈଠ କରିନଥିବାରୁ କିଛିଦିନ ତଳେ ଟାଟା ପାୱାର କମ୍ପାନୀ ବିଦ୍ୟୁତ ସଂଯୋଗ କାଟି ଦେଇଥିଲା। ବିଦ୍ୟୁତ ସଂଯୋଗ କଟିବାରୁ ଦୀପକଙ୍କ ମାଆଙ୍କୁ ଅକ୍ସିଜେନ୍‌ ଯୋଗାଉଥିବା ମେସିନ୍‌ ବନ୍ଦ ହୋଇଯାଇଥିଲା। ଆଉ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। 

ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ଦୀପକ ବିଦ୍ୟୁତ ବିଲ୍‌ ପୈଠ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇନଥିଲା। ଏଥିପାଇଁ ସେ ବାରମ୍ୱାର କମ୍ପାନୀ ଟାଟା ପାୱାର କମ୍ପାନୀ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଶୁଣିନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଦୀପକଙ୍କ ରୋଗିଣା ମାଆଙ୍କୁ ସ୍ୱାସ୍ଥ୍ୟ ବସ୍ଥା ଧୀରେ ଧୀରେ ବିଗିଡ଼ି ଯାଇଥିଲା।

କମ୍ପାନୀ ଟାଟା ପାୱାରଠାରୁ ନିରାଶ ହେବା ପରେ ଦୀପକ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। ସେ ନିଜ ମାଆଙ୍କୁ ଟ୍ରଲି ରିକ୍ସାରେ ଶୁଆଇ ଠେଲି ଠେଲି ଜିଲ୍ଲାପାଳଙ୍କ ଅଫିସକୁ ନେଉଥିଲେ। ଆଉ କହିଥିଲେ, ବିଦ୍ୟୁତ ସଂଯୋଗ କାଟି ଦେବାରୁ ମାଆର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା। ଯାଉଛି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିବି। ଦରକାର ପଡ଼ିଲେ ସେଠି ମାଆକୁ ଛାଡ଼ି ଦେଇ ଆସିବି। ସେଠାରେ ମରିଯିବ ଯଦି ମରିଯାଉ ବୋଲି ଦୀପକ କହିଛନ୍ତି।

ଦୀପକ ଦୀର୍ଘ ୧୫ କିଲୋମିଟର ପଥ ଅତିକ୍ରମ କରିବା ପରେ ଅଧା ରାସ୍ତାରେ ସ୍ଥାନୀୟ ପୁଲିସ ଓ ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ଅଟକାଇ ଥିଲେ। ତାଙ୍କୁ ବୁଝାସୁଝା କରିବା ସହ ରୋଗଗ୍ରସ୍ତ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ବିଦ୍ୟୁତ ବିଭାଗର ମୁଖଯନ୍ତ୍ରୀ ପ୍ରତାପ କେଶରୀ ନାୟକଙ୍କ କହିବା ଅନୁସାରେ ବିଦ୍ୟୁତ ସଂଯୋଗ କାଟିବା ପରେ ପୁନର୍ବାର ସଂଯୋଗ ଦେବାକୁ କର୍ମଚାରୀ ଯାଇଥିଲେ। ମାତ୍ର ଦୀପକ ବିଦ୍ୟୁତ ସଂଯୋଗ ଦେବାକୁ ଅନୁମତି ଦେଇନଥିଲେ। ତେଣୁ ବିତ୍ୟୁତ ସଂଯୋଗ କରାଯାଇ ପାରିନଥିଲା ବୋଲି ଯନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos