Advertisment

ମା’ କୋଳରୁ ଛୁଆ ଚୋରି ଉଦ୍ୟମ ବେଳେ ଧରାପଡ଼ିଲା ଚୋର

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାତ୍ରପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ମା’ କୋଳରୁ ଛୁଆକୁ ଚୋରି ଉଦ୍ୟମ ବେଳେ ଜଣେ ଚୋର ଧରାପଡ଼ିଛି। ତା’ ନାଁ ତରଣୀ ବିଶ୍ୱାଳ। ତା’ ଘର ଭେଡେନ ଥାନା ଅନ୍ତର୍ଗତ ଖଇରଝିର୍ଡି ଗାଁରେ ବୋଲି ଜଣାପଡ଼ିଛି। ପୁଲିସ୍ ତାକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ପାତ୍ରପାଲି ଗାଁର ଏକ ୩ ବର୍ଷର ଶିଶୁ ତା’ ବାପାମା’ଙ୍କ ସହ ଘର ବାହାରେ ଶୋଇଥିଲା। ଛୁଆଟି ମା’ […]

ଅଦ୍ୟତନ ହୋଇଛି
ମା’ କୋଳରୁ ଛୁଆ ଚୋରି ଉଦ୍ୟମ ବେଳେ ଧରାପଡ଼ିଲା ଚୋର

police1

Advertisment

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାତ୍ରପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ମା’ କୋଳରୁ ଛୁଆକୁ ଚୋରି ଉଦ୍ୟମ ବେଳେ ଜଣେ ଚୋର ଧରାପଡ଼ିଛି। ତା’ ନାଁ ତରଣୀ ବିଶ୍ୱାଳ। ତା’ ଘର ଭେଡେନ ଥାନା ଅନ୍ତର୍ଗତ ଖଇରଝିର୍ଡି ଗାଁରେ ବୋଲି ଜଣାପଡ଼ିଛି। ପୁଲିସ୍ ତାକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ସୂଚନା ଅନୁଯାୟୀ, ପାତ୍ରପାଲି ଗାଁର ଏକ ୩ ବର୍ଷର ଶିଶୁ ତା’ ବାପାମା’ଙ୍କ ସହ ଘର ବାହାରେ ଶୋଇଥିଲା। ଛୁଆଟି ମା’ ପାଖରେ ଶୋଇଥିବା ବେଳେ ଅଭିଯୁକ୍ତ ତାକୁ ଉଠାଇ ନେଇ ଫେରାର ହେବାକୁ ବସିଥିଲା। ତେବେ ସେ କାନ୍ଦିବାରୁ ତା’ ମା’ଙ୍କ ନିଦ ଭାଙ୍ଗି ଯାଇଥିଲା ଓ ସେ ବଡ଼ ପାଟି କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ।

injured ଗାଁ ଲୋକେ ଅଭିଯୁକ୍ତକୁ କାବୁ କରି ନେଇଥିଲେ। ସେମାନେ ତାକୁ ମାଡ଼ ମଧ୍ୟ ମାରିଥିଲେ। ଫଳରେ ତା’ ମୁଣ୍ଡ ଫାଟି ଯାଇଥିଲା। ପରେ ସେମାନେ ତାକୁ ବୀରମହାରାଜପୁର ଥାନା ପୁଲିସ୍ ଜିମାରେ ଦେଇଥିଲେ। ତେବେ ଏ ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe