/odisha-reporter/media/post_attachments/uploads/2020/02/sambalpur-5500.jpg)
sambalpur
ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ପୋଡ଼ାବଲଣ୍ଡା ଗାଁରେ ଜମିବାଡ଼ି ଓ ଘରଡ଼ିହକୁ କେନ୍ଦ୍ର କରି କକା-ପୁତୁରାଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ହୋଇଛି। ସେମାନେ ପରସ୍ପରକୁ ଟାଙ୍ଗିଆ ଆକ୍ରମଣ କରିଛନ୍ତି ଓ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ବିକାଶ ବେହେରା ଓ ତାଙ୍କ କକା ମୁରଲୀ ବେହେରା।
Advertisment
ଆଜି ସକାଳ ପ୍ରାୟ ୯ଟା ବେଳେ ମୁରଲୀ ତାଙ୍କ ଘରେ ତାରବାଡ଼ ଦେଉଥିବା ବେଳେ ବିକାଶ ସେଠାକୁ ଆସିଥିଲେ ଓ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଉଭୟ ଉତ୍କ୍ଷିପ୍ତ ହୋଇ ପରସ୍ପରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିକାଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
