ବିନିକା (ଦିଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଲିପଡ଼ାରେ ପୂର୍ବ ଶତ୍ରୁତାରୁ ତଣ୍ଟି କାଟି ଜଣଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆହତ ଜଣକ ହେଲେ ରାଜକୁମାର ନାଗ।
ଘର ପାଖ ରମେଶ ଭୋଇ ଓ ତାଙ୍କ ପୁଅ ଆକାଶ, ରାଜକୁମାରଙ୍କ ଘରକୁ ଆସି ତାଙ୍କ ତଣ୍ଟି କାଟି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ରାଜକୁମାରଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଝିଅ ନିନା ନାଗ ମଧ୍ୟ ଆହତ ହୋଇଛନ୍ତି। ଉଭୟ ରାଜକୁମାର ଓ ନିନାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରଠାରୁ ଅଭିଯୁକ୍ତ ବାପପୁଅ ଫେରାର ଥିବା ପୁଲିସ୍ କହିଛି।