Advertisment

ନିଜ ବେକ କାଟି ଘର ପୋଡ଼ିଦେଲେ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ପ୍ରଥମେ କଟୁରୀରେ ନିଜ ବେକ କାଟି ଦେଲେ। ତା’ପରେ ଘରେ ନିଆଁ ଲଗାଇ ଦେଲେ। ତେବେ ତାଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇଥିଲା ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗାଁରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଏହି ଘଟଣା ଘଟିଥିଲା। ଆହତ ବ୍ୟକ୍ତିଙ୍କ ନାଁ ଖକନ ବେହେରା। ଘଟଣା ସଂପର୍କରେ ଖବର ପାଇ ପୁଲିସ […]

ଅଦ୍ୟତନ ହୋଇଛି
ନିଜ ବେକ କାଟି ଘର ପୋଡ଼ିଦେଲେ

fire-at-anugul

Advertisment

ଅନୁଗୋଳ (ବିରଜା ପ୍ରସାଦ ଦାଶ): ପ୍ରଥମେ କଟୁରୀରେ ନିଜ ବେକ କାଟି ଦେଲେ। ତା’ପରେ ଘରେ ନିଆଁ ଲଗାଇ ଦେଲେ। ତେବେ ତାଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇଥିଲା ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

Advertisment

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗାଁରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ଆଜି ସକାଳେ ଏହି ଘଟଣା ଘଟିଥିଲା। ଆହତ ବ୍ୟକ୍ତିଙ୍କ ନାଁ ଖକନ ବେହେରା।

ଘଟଣା ସଂପର୍କରେ ଖବର ପାଇ ପୁଲିସ ପହଁଚି ଗୁରୁତର ଖକନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Advertisment

ତେବେ କେଉଁ କାରଣରୁ ଖକନ ଏଭଳି କାଣ୍ଡ ଘଟାଇଲେ, ତାହା ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ଅନୁସନ୍ଧାନରୁ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବା ପୁଲିସ ସୂଚନା ଦେଇଛି । ବର୍ତ୍ତମାନ ଗୁରୁତର ତାଙ୍କ ଅବସ୍ଥା ସ୍ଥିର ଥିବା ପୁଲିସ କହିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe