Advertisment

ମଦ ପାଇଁ ଗଲା ଜୀବନ

ବରଗଡ଼ (ଓଡ଼ିଶା ରିପୋର୍ଟର): ରାବଣ ପୋଡ଼ିରେ ମଦ କିଣାକୁ ନେଇ ଗଣ୍ଡଗୋଳରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏପରି ଏକ ଜଘନ୍ୟକାଣ୍ଡ ବରଗଡ଼ ଜିଲ୍ଲା ସୋହେଲାରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଛତିଶଗଡ଼ ସରେଇପାଲିର ସଞ୍ଜୀବ ପ୍ରଧାନ। ଗତକାଲି ରାତିରେ ରାବଣ ପୋଡ଼ି ଚାଲିଥିବା ବେଳେ କିଛି ଲୋକଙ୍କ ମଧ୍ୟରେ ମଦ କିଣାକୁ ନେଇ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ସେମାନେ […]

ମଦ ପାଇଁ ଗଲା ଜୀବନ

m2

Advertisment

ବରଗଡ଼ (ଓଡ଼ିଶା ରିପୋର୍ଟର): ରାବଣ ପୋଡ଼ିରେ ମଦ କିଣାକୁ ନେଇ ଗଣ୍ଡଗୋଳରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏପରି ଏକ ଜଘନ୍ୟକାଣ୍ଡ ବରଗଡ଼ ଜିଲ୍ଲା ସୋହେଲାରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଛତିଶଗଡ଼ ସରେଇପାଲିର ସଞ୍ଜୀବ ପ୍ରଧାନ।

Advertisment

ଗତକାଲି ରାତିରେ ରାବଣ ପୋଡ଼ି ଚାଲିଥିବା ବେଳେ କିଛି ଲୋକଙ୍କ ମଧ୍ୟରେ ମଦ କିଣାକୁ ନେଇ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ସେମାନେ ପରସ୍ପରକୁ ଭୁଜାଲିରେ ଆକ୍ରମଣ କରିଥିଲେ। ମୃତ ବ୍ୟକ୍ତିଙ୍କ ବ୍ୟତୀତ ଆହତ ହୋଇଥିବା ୪ ଜଣ ହେଉଛନ୍ତି- ପ୍ରତୀପ ତରିଆ, ଡାକ୍ତର ଭୋଇ, କ୍ଷୀରୋଦ ଭୋଇ ଓ ବିଦ୍ୟାଧର ଭୋଇ।

ଏମାନେ ସମସ୍ତେ ବିଜେପୁର ବାଦିପାଲି ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କୁ ପ୍ରଥମେ ବରଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଦ୍ୟାଧର ଭୋଇଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ବାକି ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ୧୦ ଜଣଙ୍କୁ ଅଟକ ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe