Advertisment

ସୁନ୍ଦରୀକୁ ସିନା ଧରେଇଦେଲା, ଜଣଙ୍କୁ କଚାଡ଼ି ମାରିଲା

ଅନୁଗୋଳ (ବିରଜା ଦାସ): ଅନୁଗୁଳ ପୁରୁଣାକୋଟ ରେଂଜ ପରିସରରେ ଅଘଟଣ ଘଟିଛି। ସୁନ୍ଦରୀ ବାଘୁଣୀକୁ ଖୋଜିବାକୁ ଆସିଥିବା ହାତୀ ଯଶୋଦା ଉତ୍ୟକ୍ତ ହୋଇ ଜଣେ ବ୍ୟକ୍ତିଙ୍କୁ ମାରି ଦେଇଛି। ଖାଇବାକୁ ଦେଲା ବେଳେ ‘ସୁଦୂର ପ୍ରଧାନ’ ନାମକ ବ୍ୟକ୍ତିଙ୍କୁ କଚାଡ଼ି ମାରିଦେଇଛି କୁମ୍‌କି ହାତୀ ଯଶୋଦା। ଅପରେସନ୍‌ ସୁନ୍ଦରୀରେ ସେ ଏଠାକୁ ଆସିଥିଲା। ସୁନ୍ଦରୀ ଧରାପଡ଼ିବା ପରେ ଯଶୋଦାକୁ ରେଞ୍ଜ ଅଫିସ୍‌ ନିକଟରେ ବାନ୍ଧି ରଖିଥିଲା ବନ ବିଭାଗ। ହେଲେ ବାରଣ ସତ୍ୱେ ଆଜି ସକାଳେ ତା […]

ଅଦ୍ୟତନ ହୋଇଛି
ସୁନ୍ଦରୀକୁ ସିନା ଧରେଇଦେଲା, ଜଣଙ୍କୁ କଚାଡ଼ି ମାରିଲା

c

Advertisment

ଅନୁଗୋଳ (ବିରଜା ଦାସ): ଅନୁଗୁଳ ପୁରୁଣାକୋଟ ରେଂଜ ପରିସରରେ ଅଘଟଣ ଘଟିଛି। ସୁନ୍ଦରୀ ବାଘୁଣୀକୁ ଖୋଜିବାକୁ ଆସିଥିବା ହାତୀ ଯଶୋଦା ଉତ୍ୟକ୍ତ ହୋଇ ଜଣେ ବ୍ୟକ୍ତିଙ୍କୁ ମାରି ଦେଇଛି। ଖାଇବାକୁ ଦେଲା ବେଳେ ‘ସୁଦୂର ପ୍ରଧାନ’ ନାମକ ବ୍ୟକ୍ତିଙ୍କୁ କଚାଡ଼ି ମାରିଦେଇଛି କୁମ୍‌କି ହାତୀ ଯଶୋଦା।

Advertisment

ଅପରେସନ୍‌ ସୁନ୍ଦରୀରେ ସେ ଏଠାକୁ ଆସିଥିଲା। ସୁନ୍ଦରୀ ଧରାପଡ଼ିବା ପରେ ଯଶୋଦାକୁ ରେଞ୍ଜ ଅଫିସ୍‌ ନିକଟରେ ବାନ୍ଧି ରଖିଥିଲା ବନ ବିଭାଗ। ହେଲେ ବାରଣ ସତ୍ୱେ ଆଜି ସକାଳେ ତା ପାଖକୁ ଯାଇ ଖାଇବାକୁ ଦେଉଥିବା ସୁଦୂରଙ୍କ ଉପରେ ବିଗିଡ଼ି ଯାଇଥିଲା ଯଶୋଦା। ପରେ ଉତ୍ୟକ୍ତ ହୋଇ ତାଙ୍କୁ କଚାଡ଼ି ମାରି ଦେଇଥିଲା।

ଘଟଣା ସଂପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି ଅନୁଗୁଳ ଡିଏଫ୍ଓ । ସେ କହିଛନ୍ତି ଯଶୋଦାକୁ ଖାଇବାକୁ ଦେଲା ବେଳେ ଏମିତି ଅଘଟଣ ଘଟିଛି। ବାରଣ ସତ୍ୱେ ସୁଦୂର ଯଶୋଦାକୁ କଦଳୀ ଗଛ ଖାଇବାକୁ ଦେଇଥିଲେ। ଫଳରେ ଗଛ ସହ ସେ ସୁଦୂରଙ୍କୁ ମଧ୍ୟ ଭିଡ଼ି ନେଇ କଚାଡ଼ି ଦେଇଥିଲା।

Advertisment

ଏହି ଅଘଟଣ ପରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ମଞ୍ଜୁର ହୋଇଥିବା ଅନୁଗୁଳ ଡିଏଫ୍ଓ କହିଛନ୍ତି।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe