Advertisment

ସାପ କାମୁଡ଼ାରେ ଯାଇଥିଲା ପୁଅର ଜୀବନ, ମାସେ ନହେଉଣୁ ବାପାକୁ କାମୁଡ଼ିଲା ସାପ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ୱକଟା ଗାଁରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସିଦ୍ଧେଶ୍ୱର ଜମିଦାର । ଗତକାଲି ରାତିରେ ସିଦ୍ଧେଶ୍ୱର ଖାଇସାରି  ନିଜ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ହେଲେ ସେ ଜାଣି ପାରି ନଥିଲେ। ଆଜି ସକାଳେ ସିଦ୍ଧେଶ୍ୱରଙ୍କ ମୃତ ଶରୀର ଦେଖି ତାଙ୍କ ସ୍ତ୍ରୀ  ବାରକୋଟ ଥାନାରେ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

deadbody

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ୱକଟା ଗାଁରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସିଦ୍ଧେଶ୍ୱର ଜମିଦାର ।

Advertisment

ଗତକାଲି ରାତିରେ ସିଦ୍ଧେଶ୍ୱର ଖାଇସାରି  ନିଜ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ହେଲେ ସେ ଜାଣି ପାରି ନଥିଲେ। ଆଜି ସକାଳେ ସିଦ୍ଧେଶ୍ୱରଙ୍କ ମୃତ ଶରୀର ଦେଖି ତାଙ୍କ ସ୍ତ୍ରୀ  ବାରକୋଟ ଥାନାରେ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ମୃତଦେହ ଉଦ୍ଧାର କରିଛି। ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପାରିପାର୍ଶ୍ୱକ ସ୍ଥିତିରୁ ସାପ କାମୁଡ଼ିବା ଯୋଗୁ ସିଦ୍ଧେଶ୍ୱରଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଗତ ମେ’୧୧ ତାରିଖରେ ସିଦ୍ଧେଶ୍ୱରଙ୍କ ପୁଅ ପ୍ରଭାଞ୍ଜନ ଜମିଦାର (୮)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ତେବେ ପୁଅର ମୃତ୍ୟୁର ଏକ ମାସ ନପୁରୁଣୁ  ଗତକାଲି ରାତିରେ ସର୍ପାଘାତରେ ବାପାର ମୃତ୍ୟୁ ଘଟିବା ସାଧାରଣରେ  ଆଲୋଡ଼ନ ସୃଷ୍ଟି କରିଛି।

Advertisment