Advertisment

ଅଧା ପାହାଡ଼ରେ ଗୋଡ଼େଇଲେ ମହୁମାଛି, ଜଣଙ୍କୁ ମାରିଦେଲେ

କଟକ(ଓଡ଼ିଶା ରିପୋର୍ଟର): ବୁଲିବା ନିଶାରେ ସାଙ୍ଗସାଥୀ ହୋଇ ପାହାଡ଼ ଚଢ଼ୁଥିଲେ। ଠିକ୍ ଅଧା ପାହାଡ଼ରେ ହଠାତ୍ ଗୋଡ଼େଇ ଥିଲେ ମହୁମାଛି। ମାହିମାଛିଙ୍କ ଦଂଶନରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀ ପାଥପୁର ଗ୍ରାମ ନିକଟରେ ଥିବା ପାଣ୍ଡବ ବଖରା ଗୁମ୍ଫା ପାହାଡ଼ରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ତାଳଚେର ଅଞ୍ଚଳର ଶୁଭେନ୍ଦୁ ସାହୁ। ସୂଚନାମୁତାବକ, ରବିବାର ଛୁଟି ଥିବାର ଗୁମ୍ଫା ଦେଖିବା ପାଇଁ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଅଧା ପାହାଡ଼ରେ ଗୋଡ଼େଇଲେ ମହୁମାଛି, ଜଣଙ୍କୁ ମାରିଦେଲେ

Bee-attack

କଟକ(ଓଡ଼ିଶା ରିପୋର୍ଟର): ବୁଲିବା ନିଶାରେ ସାଙ୍ଗସାଥୀ ହୋଇ ପାହାଡ଼ ଚଢ଼ୁଥିଲେ। ଠିକ୍ ଅଧା ପାହାଡ଼ରେ ହଠାତ୍ ଗୋଡ଼େଇ ଥିଲେ ମହୁମାଛି। ମାହିମାଛିଙ୍କ ଦଂଶନରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କଟକଜିଲ୍ଲା ବାଙ୍କୀ ପାଥପୁର ଗ୍ରାମ ନିକଟରେ ଥିବା ପାଣ୍ଡବ ବଖରା ଗୁମ୍ଫା ପାହାଡ଼ରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ତାଳଚେର ଅଞ୍ଚଳର ଶୁଭେନ୍ଦୁ ସାହୁ।

Advertisment

ସୂଚନାମୁତାବକ, ରବିବାର ଛୁଟି ଥିବାର ଗୁମ୍ଫା ଦେଖିବା ପାଇଁ ଭୁବନେଶ୍ୱର ପଟିଆ ଅଞ୍ଚଳରରୁ ଏହି ଚାରିଜଣ ସାଙ୍ଗ ହୋଇ ଏକ କାର ଯୋଗେ ଆସିଥିଲେ। ସେମାନେ ପାହାଡ଼ ଚଢ଼ି ଅଧାରେ ପଞ୍ଚିଥିବା ବେଳେ ହଠାତ ମହୁମାଛି ମାନେ ଅତର୍କିତ ଆକ୍ରମଣ କରିଥିଲେ। ଆଗରେ ଯାଉଥିବା ଯୁବକ ଶୁଭେନ୍ଦୁଙ୍କୁ ମହୁମାଝି ବେଢ଼ି ଯାଇ ଦଂଶନ କରିଚାଲିଥିଲେ। ସେ ତଳେ ପଡିଯାଇଥିଲେ। ଅନ୍ୟମାନଙ୍କୁ ମଧ୍ୟ ମହୁମାଛି ଗୋଡ଼ାଇ ଥିଲେ। ଦଂଶନ ପରେ ଦଂଶନ କରି ଚାଲିଥିଲେ। ହେଲେ ପ୍ରାଣ ବଞ୍ଚାଇବା ନିମନ୍ତେ ସମସ୍ତେ ଦୈଡ଼ିବା ଆରମ୍ଭ କରିଥିଲେ। ଏଥିସହ ପ୍ରାଣ ରକ୍ଷା କରିବା ନିମନ୍ତେ ଜୋର ଚିତ୍କାର ପକାଇଥିଲେ।

ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଧାଇଁ ଆସି ମହୁମାଛିଙ୍କୁ ଘଉଡ଼ାଇଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଡକାଇ ସମସ୍ତଙ୍କୁ ବାଙ୍କୀ ଡାକ୍ତରଖାନା ପଠାଇଥିଲେ। ହେଲେ ଡାକ୍ତର ସେଠାରେ ଶୁଭେନ୍ଦୁଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କୁ ଏଠାରେ ଚିକିତ୍ସା କରାଯାଇଛି। ଆହତ ଜାଗୃତି ଦାସ କହିଛନ୍ତି, ଆହତ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେ ଡାକ୍ତରଙ୍କ ପରାମର୍ଶ ପରେ ଇଞ୍ଜେକସନ ନେଇ ସୁସ୍ଥ ଅନୁଭବ କରିଛନ୍ତି। ଏଭଳି ଅଘଟଣ ଦୁର୍ଭାଗ୍ୟଜନକ। ତେଣେ  ବାଙ୍କୀ ପୁଲିସ ପହଁଚି କିଭଳି ଏ ଭଳି ଘଟଣା ଘଟିଛି ତଦନ୍ତ କରୁଛି। ଏ ସମସ୍ତଙ୍କ ନିଜ ଘର ତାଳଚେର ଅଞ୍ଚଳର ବୋଲି ସୂଚନା ମିଳିଛି।

Advertisment
Honey Bee Attack