ଦୁର୍ଘଟଣାଗ୍ରସ୍ତ ବାଇକ୍
ଘରୁ ଫେରାର ହୋଇଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ପ୍ରେମିକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ଶୀତଳପାଣି ରାସ୍ତାର ବଡ଼ଜୋର ନାଳ ବୁଲାଣି ନିକଟରେ।
ମୃତ ଯୁବକଙ୍କ ନାଁ ଅମୂଲ୍ୟ ବେହେରା। ତାଙ୍କ ଘର ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ ଗାଁରେ। ସେହିପରି ଗୁରୁତର ଆହତ ଯୁବତୀଙ୍କ ଘର ହରଭଙ୍ଗା ଥାନା ଭାବପୁର ଅଞ୍ଚଳରେ।
ସୂଚନା ଅନୁଯାୟୀ, ସେମାନେ ଆଜି ଭୋରରେ ବାଇକ୍ ଯୋଗେ ଘରୁ ଫେରାର ହୋଇଯାଉଥିବା ବେଳେ ଶୀତଳପାଣି ରାସ୍ତାର ବଡ଼ଜୋର ନାଳ ବୁଲାଣି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଦ୍ରୁତଗତିରେ ଯାଉଥିବାରୁ ବାଇକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି କୁହାଯାଉଛି। ଦୁର୍ଘଟଣା ପରେ ବାଇକ୍ଟି ରାସ୍ତାକଡ଼ରେ ଥିବା ଧାନ କ୍ଷେତରେ ପଡ଼ିଥିଲା। ଘଟଣାସ୍ଥଳରେ ପ୍ରେମିକଙ୍କ ମୃତ୍ୟୁ ଘଟିଥିଲା।
ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଘଟଣା ସଂପର୍କରେ ହରଭଙ୍ଗା ଥାନା ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହିତ ଦୁର୍ଘଟଣାଗ୍ରସ୍ତ ବାଇକ୍ଟିକୁ ଜବତ କରିଥିଲା। ଏହା ସହିତ ଗୁରୁତର ଆହତ ଯୁବତୀଙ୍କୁ ହରଭଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଖବର ପାଇ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/02/accident-2025-11-02-15-24-08.jpg)