Advertisment

ସେଣ୍ଟ୍ରିଂ ଖୋଳୁଥିବା ବେଳେ ଛାତ ପଡ଼ି ଶ୍ରମିକ ମୃତ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ସ୍ଥିତ ତୁଳସୀନଗର ପଡ଼ାରେ ସେଣ୍ଟ୍ରିଂ ଖୋଳୁଥିବା ବେଳେ ଛାତ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ସାଧୁଚରଣ ନାଏକ। ତାଙ୍କ ଘର ସୁର୍ଡା ଗାଁରେ। ତୁଳସୀନଗର ପଡ଼ାର ରବି ନାରାୟଣ ମିଶ୍ରଙ୍କ ପୁରୁଣା ଘରର ମୁଖ୍ୟ ଦ୍ୱାରରେ ଏକ ନୂଆ ଛାତ ପକାଯାଇଥିଲା। ଆଜି ସକାଳେ ସାଧୁଚରଣ ସେଣ୍ଟ୍ରିଂ ଖୋଲୁଥିବା ବେଳେ ହଠାତ ଛାତଟି ଖସି ପଡ଼ିଥିଲା।  ଛାତ ପଡ଼ିଯିବାରୁ ତାଙ୍କର ମୁଣ୍ଡ ଫାଟି ଯାଇଥିଲା […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ସେଣ୍ଟ୍ରିଂ ଖୋଳୁଥିବା ବେଳେ ଛାତ ପଡ଼ି ଶ୍ରମିକ ମୃତ

bolangir

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ସ୍ଥିତ ତୁଳସୀନଗର ପଡ଼ାରେ ସେଣ୍ଟ୍ରିଂ ଖୋଳୁଥିବା ବେଳେ ଛାତ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ସାଧୁଚରଣ ନାଏକ। ତାଙ୍କ ଘର ସୁର୍ଡା ଗାଁରେ।

Advertisment

ତୁଳସୀନଗର ପଡ଼ାର ରବି ନାରାୟଣ ମିଶ୍ରଙ୍କ ପୁରୁଣା ଘରର ମୁଖ୍ୟ ଦ୍ୱାରରେ ଏକ ନୂଆ ଛାତ ପକାଯାଇଥିଲା। ଆଜି ସକାଳେ ସାଧୁଚରଣ ସେଣ୍ଟ୍ରିଂ ଖୋଲୁଥିବା ବେଳେ ହଠାତ ଛାତଟି ଖସି ପଡ଼ିଥିଲା।  ଛାତ ପଡ଼ିଯିବାରୁ ତାଙ୍କର ମୁଣ୍ଡ ଫାଟି ଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମସ୍ତ୍ରୀ ନିଜେ ସେଣ୍ଟ୍ରିଂ ନଖୋଲି ସାଧୁଚରଣଙ୍କୁ ପଠାଇଥିଲେ ବୋଲି ଜଣାପଡ଼ିଛି।

ଟାଉନ୍‌ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment