Advertisment

Murder: ଜହ୍ଲାଦ ଜ୍ୱାଇଁ; ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣାରେ ଶ୍ୱଶୁର ମୃତ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଗତ ୧୭ ତାରିଖରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ, ଶାଶୁ, ଶ୍ୱଶୁର ଓ ଶାଳକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣାରେ ଆସିଛି ଦୁଃଖଦ ଖବର।

Burn
Advertisment

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଗତ ୧୭ ତାରିଖରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ, ଶାଶୁ, ଶ୍ୱଶୁର ଓ ଶାଳକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣାରେ ଆସିଛି ଦୁଃଖଦ ଖବର। ତାଙ୍କ ଶ୍ୱଶୁରଙ୍କର ମୃତ୍ୟୁ ହୋଇଯାଇଛି।

Advertisment

ମୃତକଙ୍କ ନାଁ ରାଜେନ୍ଦ୍ର ସାମନ୍ତରାୟ। ୭ ବର୍ଷ ତଳେ ତାଙ୍କ ଝିଅ ସୋର ଅଞ୍ଚଳ ମାଳତ୍ରୀଗ୍ରାମରେ କରୁଣାକର କବିକୁ ବାହା ହୋଇଥିଲେ। ସେମାନଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି। ତେବେ ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ଦେଖା ଦେଇଥିଲା। ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରି ଆଇନର ଆଶ୍ରୟ ନେଇଥିଲେ ରାଜେନ୍ଦ୍ରଙ୍କ ଝିଅ। ଗତ ଏକ ମାସ ହେବ ସେ ସ୍ୱାମୀ କରୁଣାକରଙ୍କ ନିର୍ଯାତନା ସହି ନ ପରି ବାପ ଘରକୁ ପଳାଇ ଆସିଥିଲେ।

ଗତ ୧୭ ତାରିଖ ରାତିରେ କରୁଣାକର ଶ୍ୱଶୁର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଏହା ସହିତ ସାଙ୍ଗରେ ଆଣିଥିବା ପେଟ୍ରଲକୁ ପତ୍ନୀଙ୍କ ଉପରକୁ ଫିଙ୍ଗି ନିଆଁ ଲଗାଇବା ବେଳେ ଶ୍ୱଶୁର ରାଜେନ୍ଦ୍ର, ଶାଶୁ ଓ ଶାଳକ ପ୍ରତିରୋଧ କରିଥିଲେ। ସେତିକି ବେଳେ କରୁଣାକର ଶ୍ୱଶୁର, ଶାଶୁ ଓ ଶାଳକଙ୍କ ଉପରେ ମଧ୍ୟ ପେଟ୍ରୋଲ ଢାଳି ଦେଇଥିଲେ ଓ ନିଆଁ ଲଗାଇ ଦେଇଥିଲେ। ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଧାଇଁ ଆସି ସେମାନଙ୍କୁ ଉଦ୍ଧାର କରିବା ସହିତ କରୁଣାକରଙ୍କୁ କାବୁ କରିଥିଲେ। 

Advertisment

ରାଜେନ୍ଦ୍ରଙ୍କ ସମେତ ୪ ଗୁରୁତରଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ କରୁଣାକରଙ୍କ ଶ୍ୱଶୁର ରାଜେନ୍ଦ୍ର ସାମନ୍ତରାୟଙ୍କ ମୃତ୍ୟୁ ହୋଇଯାଇଛି। 
ଅନ୍ୟପକ୍ଷରେ କରୁଣାକରଙ୍କୁ ପୁଲିସ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe