Advertisment

ତଳେ ପଡ଼ିଥିଲା ୧୧ କେଭି ତାର, ଚାଲିଗଲା ଯୁବକଙ୍କ ପ୍ରାଣ

ଭଦ୍ରକ (ପାର୍ଥସାରଥୀ ନାୟକ): ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଅକାଳରେ ଚାଲିଯାଇଛି ଜଣଙ୍କ ଜୀବନ। ରାସ୍ତାରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ନାଲଗରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାସ ସାହୁ। ସୂଚନା ମୁତାବକ, ସୁବାସ ପ୍ରତିଦିନ ଭଳି ଶୁକ୍ରବାର ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିଲେ। ଅନ୍ଧାରରେ […]

ଅଦ୍ୟତନ ହୋଇଛି
ତଳେ ପଡ଼ିଥିଲା ୧୧ କେଭି ତାର, ଚାଲିଗଲା ଯୁବକଙ୍କ ପ୍ରାଣ

electric-1

Advertisment

ଭଦ୍ରକ (ପାର୍ଥସାରଥୀ ନାୟକ): ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଅକାଳରେ ଚାଲିଯାଇଛି ଜଣଙ୍କ ଜୀବନ। ରାସ୍ତାରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ନାଲଗରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାସ ସାହୁ।

Advertisment

ସୂଚନା ମୁତାବକ, ସୁବାସ ପ୍ରତିଦିନ ଭଳି ଶୁକ୍ରବାର ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିଲେ। ଅନ୍ଧାରରେ ଆସୁଥିବା ବେଳେ ଛିଣ୍ତି ତଳେ ପଡିଥିବା ୧୧ କେଭି ତାର ଉପରେ ତାଙ୍କ ପାଦ ପଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସକାଳେ ଲୋକେ ସୁବାସଙ୍କ ମୃତଦେହ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚିବା ପରେ ସ୍ଥାନଟି କନ୍ଦାକଟାରେ ଫାଟି ପଡ଼ିଥିଲା। ଗାଁ ଲୋକ ବି ଜମା ହୋଇଥିଲେ। ପରେ ସେମାନେ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ବାବଦରେ ବିଦ୍ୟୁତ ବିଭାଗ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe