Advertisment

ବାର୍‌ହା ଫାଶ ନେଇଗଲା ଯୁବକଙ୍କ ଜୀବନ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବାର୍‌ହା ଶିକାର ପାଇଁ ପଡ଼ିଥିଲା ଫାଶ। ତେବେ ସେଥିରେ ବାର୍‌ହା ବଦଳରେ ପଡ଼ିଗଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଆଉ ଅକାଳରେ ଚାଲିଗଲା ତାଙ୍କ ଜୀବନ। ଏହି ଦୁଃଖଦ ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ନିଶାବିରା ଗାଁ ପହିନାଳ କଟା ଜଙ୍ଗଲରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବ ସାହୁ। ତାଙ୍କ ଘର ନିଶାବିରା ଗାଁରେ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଘରୁ କେଉଁଆଡ଼େ ଯାଇଥିଲେ। କିନ୍ତୁ ଆଉ […]

କ୍ୟାରମ ଖେଳୁଥିଲେ ଫାୟାରମ୍ୟାନ୍‌, ହଠାତ୍‌ ଛାତରୁ ଡେଇଁ ପଡ଼ିଲେ

Dead

Advertisment

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବାର୍‌ହା ଶିକାର ପାଇଁ ପଡ଼ିଥିଲା ଫାଶ। ତେବେ ସେଥିରେ ବାର୍‌ହା ବଦଳରେ ପଡ଼ିଗଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଆଉ ଅକାଳରେ ଚାଲିଗଲା ତାଙ୍କ ଜୀବନ। ଏହି ଦୁଃଖଦ ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ନିଶାବିରା ଗାଁ ପହିନାଳ କଟା ଜଙ୍ଗଲରେ।

Advertisment

ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବ ସାହୁ। ତାଙ୍କ ଘର ନିଶାବିରା ଗାଁରେ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଘରୁ କେଉଁଆଡ଼େ ଯାଇଥିଲେ। କିନ୍ତୁ ଆଉ ଫେରି ନଥିଲେ। ଆଜି ତାଙ୍କ ମୃତଦେହ ପହିନଳା କଟା ଜଙ୍ଗଲରୁ ମିଳିଥିଲା। ତାଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଛି। ବାର୍‌ହା ଶିକାର ପାଇଁ ବିଦ୍ୟୁତ୍ ଚାର୍ଜ କରି ବିଛା ଯାଇଥିବା ଫାଶରେ ପଡ଼ି ତାଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।

କେଉଁମାନେ ଏହି ଫାଶ ବିଛାଇଥିଲେ, ତାହା ଜଣାପଡ଼ିନି। ତେବେ ଏହି ଘଟଣା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ବିଦ୍ୟୁତ୍ ଚାର୍ଜିତ ଫାଶକୁ ଉଠାଇ ନେଇଛନ୍ତି। ରିଆମାଳ ଥାନା ପୁଲିସ୍ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe