Advertisment

Electrocuted to death: ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ଫାଶ, ଚାଲିଗଲା ଯୁବକଙ୍କ ଜୀବନ

କୋରାପୁଟ ଜିଲ୍ଲା ପଟାଙ୍ଗି ଥାନାର ଦେଓ ପଟାଙ୍ଗି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ଫାଶ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ପଟାଙ୍ଗି ଥାନାରେ ହୋଇଛି ଅଭିଯୋଗ। ପଟାଙ୍ଗି ପୁଲିସ ଘଟଣାର ତଦନ୍ତ କରୁଛି।

Patangi Police

ମୃତ ଯୁବକଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଆଜି ସକାଳେ ସେମାନେ ବାପପୁଅ ଜମିକୁ ପାଣି ମଡ଼େଇବାକୁ ଯାଇଥିଲେ। ତାଙ୍କ ପୁଅ ଶୌଚ ପାଇଁ ଜମି ପାଖରେ ଥିବା ଜଙ୍ଗଲକୁ ଯାଇଥିଲା। କିଛି ସମୟ ପରେ ହଠାତ୍ ସେ ପୁଅର ଚିତ୍କାର ଶୁଣିଲେ। ପୁଅର ପାଟି ଶୁଣି ସେ ସେଠାକୁ ଦୌଡ଼ି ଯାଇଥିଲେ। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ଫାଶ ସଂସ୍ପର୍ଶରେ ଆସି ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଥିବା ସେ ଦେଖିଥିଲେ। 

ପଟାଙ୍ଗି ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। 

Advertisment

ଜଙ୍ଗଲରେ ରହୁଥିବା କୌଣସି ପ୍ରକାର ଜୀବଙ୍କ ଶିକାର ବେଆଇନ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍ ଫାଶ ବିଛାଯାଉଥିବା ଦେଖିବାକୁ ମିଳୁଛି ଓ ଏଥିଯୋଗୁ ଲୋକେ ହତାହତ ମଧ୍ୟ ହେଉଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe