ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବାକୁ ଆସିଥିଲେ,ନେତାଙ୍କଠାରୁ ଗଳାଧକ୍କା ଖାଇଲେ:୪୦ ଲକ୍ଷ ନହେଲେ ପୁଅ ବଞ୍ଚିବନି

ସୁନ୍ଦରଗଡ଼ (ବିଜୟ ବରୁଆ):କିଛି ନାହିଁ ସାର୍‌। ମୁଖ୍ୟମନ୍ତ୍ରୀଙ୍କର ସବୁ ଯୋଜନା ଫେଲ୍‌। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଯେଉଁସବୁ ଯୋଜନା କରିଛନ୍ତି, କେଉଁଟା ବି ସଫଳ ହୋଇନି। ଖାଲି କଥାରେ କହୁଛନ୍ତି। ଭୟଙ୍କର ରୋଗ ବେଟାଥାଲାସେମିଆରେ ପୀଡ଼ିତ ହୋଇଥିବା ନିଜ କଁଅଳ ପିଲାର ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଭାକୁ ଆସି ତଡ଼ା ଖାଇବା ପରେ ଇଏ ହେଉଛି ଜଣେ ବାପାର କୋହଭରା ବେଦନାର କଥା । କାନ୍ଧରେ ଦେଢ଼ବର୍ଷର ପୁଅକୁ ଧରି କାନ୍ଦ କାନ୍ଦ ହୋଇ […]

kishna

kishna

Puspanjali Panda
  • Published: Wednesday, 04 March 2020
  • Updated: 04 March 2020, 06:53 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ):କିଛି ନାହିଁ ସାର୍‌। ମୁଖ୍ୟମନ୍ତ୍ରୀଙ୍କର ସବୁ ଯୋଜନା ଫେଲ୍‌। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଯେଉଁସବୁ ଯୋଜନା କରିଛନ୍ତି, କେଉଁଟା ବି ସଫଳ ହୋଇନି। ଖାଲି କଥାରେ କହୁଛନ୍ତି। ଭୟଙ୍କର ରୋଗ ବେଟାଥାଲାସେମିଆରେ ପୀଡ଼ିତ ହୋଇଥିବା ନିଜ କଁଅଳ ପିଲାର ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଭାକୁ ଆସି ତଡ଼ା ଖାଇବା ପରେ ଇଏ ହେଉଛି ଜଣେ ବାପାର କୋହଭରା ବେଦନାର କଥା । କାନ୍ଧରେ ଦେଢ଼ବର୍ଷର ପୁଅକୁ ଧରି କାନ୍ଦ କାନ୍ଦ ହୋଇ ସରକାରଙ୍କ ବିରୋଧରେ ଏମିତି କେତେ କଣ କହିଯାଇଥିଲେ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଭାଲୁଲତା ଗାଁର କୁମୁଦ କିଷାନ୍‌। ତାଙ୍କ ପୁଅକୁ ହୋଇଛି ମାରାତ୍ମକ ବେଟାଥାଲାସେମିଆ ରୋଗ। ଯାହାର ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷ ଟଙ୍କା। ଏତେ ଟଙ୍କା ଯୋଗାଡ଼ କରିନପାରିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅର ଜୀବନ ଭିକ୍ଷା କରିବା ପାଇଁ ବହୁ ଆଶା ନେଇ କୁମୁଦ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ କାର୍ଯ୍ୟକ୍ରମରେ ଆସି ପହଞ୍ଚିଥିଲେ। କାନ୍ଧରେ ଦେଢ଼ବର୍ଷର ପୁଅକୁ ମଧ୍ୟ ଆଣିଥିଲେ। କିନ୍ତୁ ସ୍ଥାନୀୟ ନେତା ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦେଇନଥିଲେ। ଓଲଟା ତାଙ୍କୁ ଧକ୍କା ଦେଇ ସଭାରୁ  ବାହାର କରି ଦେଇଥିଲେ।

ଏନେଇ କୁମୁଦ କହିଛନ୍ତି, ମୋ ପୁଅକୁ ବେଟାଥାଲାସେମିଆ ରୋଗ। ମୁଁ ଯେଉଁ ଜାଗାକୁ ଏହି ରୋଗର ଚିକିତ୍ସା ପାଇଁ ଯାଉଛି, ସେମାନେ ମୋତେ ମନା କରି ଦେଉଛନ୍ତି। ଓଡ଼ିଶାରେ ଏହାର ଚିକିତ୍ସା ନାହିଁ। ପୁଅର ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ଖର୍ଚ୍ଚ ଯୋଗାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲି। କିନ୍ତୁ ମୋତେ ଭିତରେ ପୂରାଇ ଦେଲେ ନାହିଁ। ଧକ୍କା ମାରି ବାହାର କରିଦେଲେ। ଛୁଆକୁ ବି ମାରି ମୁଣ୍ଡ ଫୁଲାଇ ଦେଇଛନ୍ତି। କହିଲେ ଏଇଟା କ’ଣ ତୋ ବୋପାର ପଇସା ଯେ ୪୦ ଲକ୍ଷ ଟଙ୍କା ଦିଆଯିବ।

କୋହଭରା କଣ୍ଠରେ କ୍ୟାମେରା ସାମ୍ନାରେ ଏମିତି ନିଜର ଅଭିଯୋଗ ବଖାଣିଥିଲେ କୁମୁଦ। ହେଲେ ତାଙ୍କ ଦୁଃଖ ସରକାରଙ୍କ କାନରେ ପଡ଼ିଲେ ତ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story