Advertisment

ରାସ୍ତାରେ ପଡ଼ିଥିଲା ବ୍ୟାଗ ଭର୍ତ୍ତି ଅଳଙ୍କାର, ପାଇ ଫେରାଇ ଦେଲେ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରାସ୍ତାରେ ପଡ଼ିଥିଲା ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ। ଯାହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ। ଜଣେ ବ୍ୟକ୍ତି ବାଟରୁ ପାଇଥିଲେ ଏହି ବ୍ୟାଗ। ହେଲେ ଲୋଭରେ ନପଡ଼ି ସାଧୁତା ଦେଖାଇଛନ୍ତି। ଥାନାରେ ପହଞ୍ଚି ଅଳଙ୍କାର ଭର୍ତ୍ତି ବ୍ୟାଗକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଶେଷରେ ପୁଲିସ ତଦନ୍ତ କରି ଏହି ଅଳଙ୍କାର ଭର୍ତ୍ତି ବ୍ୟାଗକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି। ସମ୍ବଲପୁର ଅଇଁଠାପାଲିରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ […]

author-image
Niranjan Mishra
ଅଦ୍ୟତନ ହୋଇଛି
ରାସ୍ତାରେ ପଡ଼ିଥିଲା ବ୍ୟାଗ ଭର୍ତ୍ତି ଅଳଙ୍କାର, ପାଇ ଫେରାଇ ଦେଲେ

GOLD-Full-bag

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରାସ୍ତାରେ ପଡ଼ିଥିଲା ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ। ଯାହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ। ଜଣେ ବ୍ୟକ୍ତି ବାଟରୁ ପାଇଥିଲେ ଏହି ବ୍ୟାଗ। ହେଲେ ଲୋଭରେ ନପଡ଼ି ସାଧୁତା ଦେଖାଇଛନ୍ତି। ଥାନାରେ ପହଞ୍ଚି ଅଳଙ୍କାର ଭର୍ତ୍ତି ବ୍ୟାଗକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଶେଷରେ ପୁଲିସ ତଦନ୍ତ କରି ଏହି ଅଳଙ୍କାର ଭର୍ତ୍ତି ବ୍ୟାଗକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି। ସମ୍ବଲପୁର ଅଇଁଠାପାଲିରେ ଏହି ଘଟଣା ଘଟିଛି।

Advertisment

ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଏସ୍.ଆର.ଆଇ.ଟି. କଲୋନିର ତାପସ କୁମାର ସ୍ଵାଇଁ। ସେ ଘରୁ ବାହାରି କୌଣସି କାମରେ ଯାଉଥିବା ବେଳେ ରାସ୍ତାରେ ଏହି ବ୍ୟାଗ ପଡ଼ିଥିବା ଦେଖିଥିଲେ। ଖୋଲି ଦେଖନ୍ତି ବ୍ୟାଗରେ ଭର୍ତ୍ତି ହୋଇଛି ସୁନା ଅଳଙ୍କାର। କୌଣସି ବ୍ୟକ୍ତିଙ୍କ ହାତରୁ ଦୈବାତ୍ ଖସିପଡ଼ିଥିବା ଅନୁମାନ କରି ସେ ତୁରନ୍ତ ଅଇଁଠାପାଲି ଥାନାରେ ପହଞ୍ଚି ଥିଲେ। ଅଳଙ୍କାରକୁ ପୁଲିସ ଜିମା ଦେଇଥିଲେ। ଅନ୍ୟପକ୍ଷରେ ଅଳଙ୍କାର ବ୍ୟାଗ ହଜାଇଥିବା ମହିଳା ବହୁ ଖୋଜାଲୋଡ଼ା ପରେ ବ୍ୟାଗ ନ ପାଇବାରୁ ବିଳମ୍ବିତ ରାତିରେ ଅଇଁଠାପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସେମାନଙ୍କ ପରିଚୟ ଯାଞ୍ଚ କରିଥିଲା। ଏଥିସହ ବିଳମ୍ବିତ ରାତିରେ ସୁନା ଅଳଙ୍କାର ବ୍ୟାଗ ହସ୍ତାନ୍ତର କରିଥିଲା। ସମସ୍ତ ଅଳଙ୍କାର ପାଇ ସେ ଖୁସି ହୋଇଯାଇଥିଲେ।

ଆଜି ସମ୍ବଲପୁର ଏସ୍.ପି. ବି. ଗଙ୍ଗାଧର ବ୍ୟାଗ ଫେରାଇଥିବା ତାପସଙ୍କୁ ଡାକି ନିଜ କାର୍ଯ୍ୟାଳୟରେ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ତାଙ୍କୁ ପ୍ରଶଂସା ପତ୍ର ଓ  ୧ ହଜାର ଟଙ୍କା ପୁରସ୍କାର ଦେଇଛନ୍ତି। ସେ ଏବେ ସମ୍ବଲପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟରେ ବରିଷ୍ଠ ସହାୟକ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

Advertisment