Advertisment

ବନବାସରେ ପ୍ରବାସୀ

ବିନିକା (ଦିଲୀପ  ସାହୁ): ଲୋକେ ଗାଁରେ ଭର୍ତ୍ତି କରାଇ ଦେଉ ନଥିବାରୁ ଜଙ୍ଗଲରେ ରହୁଛନ୍ତି ବେଙ୍ଗାଲୁରୁରୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝାର କଦଳୀପାଲି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଏହି ଯୁବକଙ୍କ ନାଁ ଜୀବର୍ଦ୍ଧନ ବରିହା (୨୬)। ଜୀବର୍ଦ୍ଧନ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ କରୋନା ଯୋଗୁ କାମ ନମିଳିବାରୁ ସେ ତାଙ୍କ ଗାଁକୁ ପଳାଇ […]

ଅଦ୍ୟତନ ହୋଇଛି
ବନବାସରେ ପ୍ରବାସୀ

binika

Advertisment

ବିନିକା (ଦିଲୀପ  ସାହୁ): ଲୋକେ ଗାଁରେ ଭର୍ତ୍ତି କରାଇ ଦେଉ ନଥିବାରୁ ଜଙ୍ଗଲରେ ରହୁଛନ୍ତି ବେଙ୍ଗାଲୁରୁରୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝାର କଦଳୀପାଲି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଏହି ଯୁବକଙ୍କ ନାଁ ଜୀବର୍ଦ୍ଧନ ବରିହା (୨୬)।

Advertisment

ଜୀବର୍ଦ୍ଧନ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ କରୋନା ଯୋଗୁ କାମ ନମିଳିବାରୁ ସେ ତାଙ୍କ ଗାଁକୁ ପଳାଇ ଆସିଥିଲେ। ଏହାପରେ ସେ ନିୟମ ଅନୁଯାୟୀ ମେ’ ୨୫ ତାରିଖରୁ ୭ ଦିନ ପାଇଁ ବିନିକା ବ୍ଲକ ସିଂଘିଯୁବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଏହା ପରେ ଜୁନ୍‌ ୧ ତାରିଖରୁ ଆଉ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ଗାଁକୁ ଆସିଥଲେ। ହେଲେ ଲୋକେ ସରକାରୀ ନିୟମକୁ ବେଖାତିର କରି ତାଙ୍କୁ ଗାଁ ଭିତରକୁ ପୂରାଇ ଦେଇ ନଥିଲେ।

ଅନ୍ୟ କୌଣସି ଉପାୟ ନ ପାଇ ସେ ଗାଁ ପାଖ ଜଙ୍ଗଲରେ ୬ ଦିନ ହେଲା ରହୁଛନ୍ତି। ଏକ ଭଙ୍ଗା ଦଦରା କୁଡ଼ିଆ ଘରେ ଏକା ରହୁଛନ୍ତି।  ପରିବାର ଲୋକେ ତିନି କିଲୋମିଟର ଚାଲିଚାଲି ମୁଠେ ଖାଇବାକୁ ଆଣି ଦେଲେ ସେ ଖାଉଛନ୍ତି। ନ ହେଲେ ଭୋକ ଉପାସରେ ରହୁଛନ୍ତି।

Advertisment

ଏନେଇ ଜୀବର୍ଦ୍ଧନ ବରିହା କହିଛନ୍ତି, “୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଆସିଥିଲି। ହେଲେ ଲୋକେ ଗାଁରେ ପଶାଇ ଦେଲେ ନାହିଁ। ବାହାରେ ରହିବାକୁ କହିଲେ। ମୁଁ ଏବେ ଜଙ୍ଗଲ ଭିତରେ ରହୁଛି। ତେଣୁ ଦୁଃଖ ଲାଗୁଛି।  ବନବାସ ଜୀବନ କାଟିଲା ଭଳି ଲାଗୁଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe