Advertisment

ସଭାରୁ ହଜିଥିଲେ ଜଙ୍ଗଲରୁ ମିଳିଲେ, ଖଜୁରୀ ଖାଇ ବଞ୍ଚିଥିଲେ ସାତଦିନ

ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ମାନସିକ ରୋଗରେ ଆକ୍ରନ୍ତ ଜଣେ ଯୁବକ ରୋଗ ଭଲ ହେବା ଆଶାରେ ଧାର୍ମିକ ସଭାରେ ପରିବାର ସଦସ୍ୟଙ୍କ ସହ ଯୋଗଦେଇଥିଲେ। ହେଲେ ହଠାତ୍ ସେଠାରୁ ନିଖୋଜ ହୋଇଗଲେ। ନିଖୋଜର ୭ ଦିନ ପରେ ତାଙ୍କୁ ଗୋଟିଏ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହି ଯୁବକ ଜଣକ ଗଜପତି ଜିଲ୍ଲା ମୋହନା ଥାନା ବନ୍ଧଗୁଡା ଗାଁର ରିଙ୍କୁ ନାୟକ। ନିଖୋଜ ପୁଅକୁ ପାଇ ପରିବାରରେ ସମସ୍ତେ ଖୁସି। ତେବେ ଆଶ୍ଚର୍ଯ୍ୟର କଥା ସେ ୭ ଦିନ ହେବ […]

author-image
Niranjan Mishra
ଅଦ୍ୟତନ ହୋଇଛି
ସଭାରୁ ହଜିଥିଲେ ଜଙ୍ଗଲରୁ ମିଳିଲେ, ଖଜୁରୀ ଖାଇ ବଞ୍ଚିଥିଲେ ସାତଦିନ

rinku

ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ମାନସିକ ରୋଗରେ ଆକ୍ରନ୍ତ ଜଣେ ଯୁବକ ରୋଗ ଭଲ ହେବା ଆଶାରେ ଧାର୍ମିକ ସଭାରେ ପରିବାର ସଦସ୍ୟଙ୍କ ସହ ଯୋଗଦେଇଥିଲେ। ହେଲେ ହଠାତ୍ ସେଠାରୁ ନିଖୋଜ ହୋଇଗଲେ। ନିଖୋଜର ୭ ଦିନ ପରେ ତାଙ୍କୁ ଗୋଟିଏ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହି ଯୁବକ ଜଣକ ଗଜପତି ଜିଲ୍ଲା ମୋହନା ଥାନା ବନ୍ଧଗୁଡା ଗାଁର ରିଙ୍କୁ ନାୟକ। ନିଖୋଜ ପୁଅକୁ ପାଇ ପରିବାରରେ ସମସ୍ତେ ଖୁସି। ତେବେ ଆଶ୍ଚର୍ଯ୍ୟର କଥା ସେ ୭ ଦିନ ହେବ ଜଙ୍ଗଲରେ କେବଳ ଖଜୁରୀ କୋଳି ଖାଇ ବଞ୍ଚି ରହିଥିଲେ।

Advertisment

ସୂଚନା ମୁତାବକ, ଗତ ମାସ ୨୬ ତାରିଖ ଦିନ ବଲାଙ୍ଗିର ପଥରଚେପା ଠାରେ ଅନୁଷ୍ଠିତ ଏକ ଧାର୍ମିକ ସଭାରେ ସେ ଯୋଗଦେବା ପାଇଁ ପରିବାର ସହିତ ଆସିଥିଲେ। ଏହା ପରଦିନ ପଥରଚେପା ପଡିଆ ନିକଟରୁ ସେ ନିଖୋଜ ହୋଇଯାଇଥିଲେ। ଭାଇକୁ ଖୋଜିବା ପାଇଁ ଏହି ଅଜଣା ସହରକୁ ଆସିଥିଲେ ତାଙ୍କ ବଡଭାଇ କୁମାର ସାନୁ ନାୟକ। ଏକ ଲଜରେ ରହି ଭାଇକୁ ଖୋଜିବା ନିମନ୍ତେ ବହୁ ପ୍ରୟାସ କରିଥିଲେ। ନିରାଶ ହୋଇ ପୁଲିସ ଓ ଗଣମାଧ୍ୟମକୁ ଏନେଇ ଜଣାଇଥିଲେ। ଶେଷରେ ବଲାଙ୍ଗିର ସହର ଠାରୁ୨୦ କିଲୋମିଟର ଦୂର ଶିକାଛିଡ଼ା ଜଙ୍ଗଲରୁ ତାଙ୍କୁ ଉଦ୍ଧାର କରାଯାଇଛି।

ଜଣେ ଯୁବକ ଏକାକୀ ବୁଲୁଥିବା ଦେଖି ସେଠାର ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଯାଞ୍ଚ କରିବା ପରେ ଏହା ନିଖୋଜ ରିଙ୍କୁ ବୋଲି ଜାଣିବା ପରେ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ହଜିଲା ପୁଅକୁ ପାଇବା ପରେ ଏବେ ପରିବାର ଭିତରେ ଖୁସିର ଲହରୀ ଖେଲିଯାଇଛି ।

Advertisment