deadbody
ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଲାସେ ଗାଁରେ ଥିବା ନାଳରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୋନାସ ସାଙ୍ଗେ ମେସର୍କା ମିଞ୍ଜ (୪୩)।
ଗତକାଲି ସନ୍ଧ୍ୟାରେ ମେସର୍କା ଗାଁରେ ବୁଲାବୁଲି କରୁଥିଲେ। ହେଲେ ରାତିରେ ଘରକୁ ଫେରି ନଥିଲେ। ଆଜି ସକାଳେ କିଛି ଲୋକ ଗାଁ ନିକଟରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିଲେ। ହେଲେ ନାଳରେ ମେସର୍କାଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ବୀରମିତ୍ରପୁର ପୁଲିସ୍ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ନାଳରୁ ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ଜବତ କରି ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୁଲିସ୍ ଏକ ଅପମୃତ୍ୟୁ ମାମଲ ରୁଜୁ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/deadbody-444444.jpg)