Advertisment

ବ୍ରଜକିଶୋରଙ୍କ ମୃତଦେହ ଉଦ୍ଧାର

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପେଡ଼ାଗଡ଼ି ଗାଁର ଆମ୍ୱତୋଟାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ବ୍ରଜକିଶୋର ବିନ୍ଧାଣୀ। ତାଙ୍କ ଘର ସେହି ପେଡ଼ାଗଡ଼ି ଗାଁରେ। ଆଜି ସକାଳେ ଗାଁର ଆମ୍ୱତୋଟାର ଏକ ଗଛରେ ବ୍ରଜକିଶୋରଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଏକ ମାମଲା […]

ଅଦ୍ୟତନ ହୋଇଛି
ବ୍ରଜକିଶୋରଙ୍କ ମୃତଦେହ ଉଦ୍ଧାର

deadbody

Advertisment

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପେଡ଼ାଗଡ଼ି ଗାଁର ଆମ୍ୱତୋଟାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ବ୍ରଜକିଶୋର ବିନ୍ଧାଣୀ। ତାଙ୍କ ଘର ସେହି ପେଡ଼ାଗଡ଼ି ଗାଁରେ।

Advertisment

ଆଜି ସକାଳେ ଗାଁର ଆମ୍ୱତୋଟାର ଏକ ଗଛରେ ବ୍ରଜକିଶୋରଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବ୍ରଜକିଶୋର ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିବା ବେଳେ ଏହା ପଛର କାରଣ ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe