Advertisment

ବାପାଙ୍କୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ୪ ଛୁଆ ମିଶି ମାରି ଦେଇଥିବା ଅଭିଯୋଗ ହୋଇଛି।  ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଦୌଲତପୁର ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାବୁଆ ଦାସ। ପାରିବାରିକ କଥାକୁ ନେଇ ବାବୁଆ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା।  ଗତକାଲି ରାତିରେ ବାବୁଆ ଶୋଇଥିବା ସମୟରେ ତାଙ୍କ ପତ୍ନୀ , ୩ ପୁଅ ଓ ଝିଅ ତାଙ୍କୁ ଶାବଳରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବାପାଙ୍କୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ

bhadrak

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ୪ ଛୁଆ ମିଶି ମାରି ଦେଇଥିବା ଅଭିଯୋଗ ହୋଇଛି।  ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଦୌଲତପୁର ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାବୁଆ ଦାସ।

Advertisment

ପାରିବାରିକ କଥାକୁ ନେଇ ବାବୁଆ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା।  ଗତକାଲି ରାତିରେ ବାବୁଆ ଶୋଇଥିବା ସମୟରେ ତାଙ୍କ ପତ୍ନୀ , ୩ ପୁଅ ଓ ଝିଅ ତାଙ୍କୁ ଶାବଳରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବାବୁଆ ଗୁରୁତର ଆହତ ହୋଇଥିଲେ।

ଜଣେ ସମ୍ପର୍କୀୟ ବାବୁଆଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାବୁଆଙ୍କର ମୃତ୍ୟୁ ଘଟିଥିଲା।

Advertisment

ବାବୁଆଙ୍କ ମା’ ଏନେଇ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ବାବୁଆଙ୍କ ଜଣେ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।  ପରକୀୟା ପ୍ରୀତି ଯୋଗୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।  ପୁଲିସ ଘଟଣାର ତଦନ୍ତ କରୁଛି।