Advertisment

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜୋରିମାନା

ଫୁଲବାଣୀ(ତ୍ରିନାଥ ସାହୁ): ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ୫୦,୦୦୦ ଟଙ୍କା ଜୋରିମାନା ହୋଇଛି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ନାବାଳିକା ଦୁଷ୍କର୍ମ ମାମଲାକୁ ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ୨୦୧୫ ମସିହାର ଘଟଣା। ରାତିରେ ନାବାଳିକା ଜଣକ ପାଖ ନାଳକୁ ଶୌଚ ପାଇଁ ଯାଇଥିଲା। ଏହି ସମୟରେ ଦଶରଥ ସେଠୀ ଓ ଅନ୍ୟ ଜଣେ ତାକୁ ଟେକି ନେଇଥିଲେ। […]

author-image
Manoranjan Sial
ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜୋରିମାନା

phulbani

ଫୁଲବାଣୀ(ତ୍ରିନାଥ ସାହୁ): ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ୫୦,୦୦୦ ଟଙ୍କା ଜୋରିମାନା ହୋଇଛି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ନାବାଳିକା ଦୁଷ୍କର୍ମ ମାମଲାକୁ ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି।

Advertisment

୨୦୧୫ ମସିହାର ଘଟଣା। ରାତିରେ ନାବାଳିକା ଜଣକ ପାଖ ନାଳକୁ ଶୌଚ ପାଇଁ ଯାଇଥିଲା। ଏହି ସମୟରେ ଦଶରଥ ସେଠୀ ଓ ଅନ୍ୟ ଜଣେ ତାକୁ ଟେକି ନେଇଥିଲେ। ପରେ ଦଶରଥ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପରିବାର ଲୋକେ ଖଜୁରିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ୨୦୧୫ ଅଗଷ୍ଟ ୩୧ ତାରିଖରେ ଅଭିଯୁକ୍ତ ଦଶରଥକୁ ଗିରଫ କରିଥିଲା। ତେବେ ଆଜି ପର୍ଯ୍ୟନ୍ତ ଦଶରଥଙ୍କ ସାଥୀଙ୍କ ପତ୍ତା ପୁଲିସ ପାଉନାହିଁ।

ଆଜି ଏହି ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ସାକ୍ଷୀଙ୍କ ବୟାନ ଆଧାରରେ ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋ କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତ ଦଶରଥଙ୍କୁ ଦଣ୍ଡିତ କରିଛନ୍ତି।

Advertisment