Advertisment

ଘରୁ ଡାକି ନେଇ ଗୁଳି ମାରି ଦେଲେ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଆଦିବାସୀ ସାହିରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଲାଲା ପ୍ରଧାନ। ତାଙ୍କ ଘର ଦଧିମାଛଗାଡ଼ିଆରେ। ଆଜି ସକାଳେ ଲାଲାଙ୍କୁ କିଛି ବ୍ୟକ୍ତି ତାଙ୍କ ଘରୁ ଡାକି ନେଇଥିଲେ। ଏହାପରେ ତାଙ୍କ ଘର ଠାରୁ ଶହେ ମିଟର ଦୂରରେ ପୂର୍ବରୁ ବସିଥିବା କିଛି ଲୋକ ତାଙ୍କୁ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଘରୁ ଡାକି ନେଇ ଗୁଳି ମାରି ଦେଲେ

khurdh

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଆଦିବାସୀ ସାହିରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଲାଲା ପ୍ରଧାନ। ତାଙ୍କ ଘର ଦଧିମାଛଗାଡ଼ିଆରେ।

Advertisment

ଆଜି ସକାଳେ ଲାଲାଙ୍କୁ କିଛି ବ୍ୟକ୍ତି ତାଙ୍କ ଘରୁ ଡାକି ନେଇଥିଲେ। ଏହାପରେ ତାଙ୍କ ଘର ଠାରୁ ଶହେ ମିଟର ଦୂରରେ ପୂର୍ବରୁ ବସିଥିବା କିଛି ଲୋକ ତାଙ୍କୁ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଦୁଇଟି ବନ୍ଧୁକରୁ ଫାୟାରିଂ ହୋଇଥିବା ଅଭିଯୋଗ ହୋଇଛି।

ଲାଲାଙ୍କ ଦେହରେ ୫ ରାଉଣ୍ଡ ଗୁଳି ବାଜିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୭ଟି ଖୋକା ଜବତ କରିଛି। ତେବେ ଜବତ ହୋଇଥିବା ଖୋକା ମଧ୍ୟରୁ ଗୋଟିଏ ଅଫୁଟା ରହିଛି। ସାଇଣ୍ଟିଫିକ ଟିମ୍‌ ସହାୟତାରେ ସଦର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

Advertisment