Advertisment

ଖୁଡିକୁ ହତ୍ୟା କରି ଆତ୍ମହତ୍ୟା କଲେ ପୁତୁରା!

ଜଗତସିଂହପୁର (ଶଶାଙ୍କ ସେଖର ପଣ୍ଡା): ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ପୁତୁରା! ଆଜି ଏପରି ଅଭିଯୋଗ ଜଗତସିଂହପୁର ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଖୁଡ଼ି ଓ ପୁତୁରାଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିବାରିକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସଦର ଥାନା ଅନ୍ତର୍ଗତ ଏକସୁଧା ଗାଁର ପ୍ରଶାନ୍ତ ଜେନା ଓ ବଡ଼ ଭାଇଙ୍କ ସହିତ ପାରିବାରିକ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଖୁଡିକୁ ହତ୍ୟା କରି ଆତ୍ମହତ୍ୟା କଲେ ପୁତୁରା!

Jagatsinghpur

ଜଗତସିଂହପୁର (ଶଶାଙ୍କ ସେଖର ପଣ୍ଡା): ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ପୁତୁରା! ଆଜି ଏପରି ଅଭିଯୋଗ ଜଗତସିଂହପୁରଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଖୁଡ଼ି ଓ ପୁତୁରାଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିବାରିକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Advertisment

ସଦର ଥାନା ଅନ୍ତର୍ଗତ ଏକସୁଧା ଗାଁର ପ୍ରଶାନ୍ତ ଜେନା ଓ ବଡ଼ ଭାଇଙ୍କ ସହିତ ପାରିବାରିକ ବିବାଦ ରହିଥିଲା। ଯାହାକୁ ନେଇ ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ତୀକ୍ତତା ଲାଗି ରହିଥିଲା। ଆଜି ସକାଳେ ଏହା ଉଗ୍ର ରୂପ ଧାରଣ କରିଥିଲା। ପ୍ରଶାନ୍ତଙ୍କ ପତ୍ନୀ ଲିପ୍‌ସାଙ୍କୁ ତାଙ୍କ ପୁତୁରା ଦେବୀପ୍ରସାଦ ଜେନା ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର କିଛି ସମୟରେ ଦେବୀଙ୍କ ଝୁଲନ୍ତା ମୃତଦେହ ଗାଁଠାରୁ ଅଳ୍ପ ଦୂରରେ ଦେଖିବାକୁ ମିଳିଥିଲା। ମାନସିକ ଭାରସାମ୍ୟ ହରାଇ ଦେବୀ ଗଛରେ ରଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି।

ଖବର ପାଇ ସଦର ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଲିପ୍‌ସାଙ୍କୁ ଦେବୀ ମର୍ଡର କରିଥିବା ଜଣାପଡ଼ିଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Advertisment
Murder