ବ୍ରିଜ୍‌ରୁ ଯୁବକଙ୍କ ଉପରେ ପଡ଼ିଲା ଲୁହା ରଡ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସହରର ମହିଳା ଥାନା ସମ୍ମୁଖ ଏକ ନିର୍ମାଣାଧୀନ ବ୍ରିଜ୍‌ରୁ ଲୁହା ରଡ ଖସି ଜଣେ ଯୁବକ ଆହତ ହୋଇଛନ୍ତି। ଯୁବକ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଲୁହା ରଡ ତାଙ୍କ ଉପରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣକ ଅଇଁଠାପାଲି ଅଞ୍ଚଳର ଅତୁଲ ଦାସ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ବ୍ରିଜ୍‌ରୁ ଅତଡ଼ା ଖସି ଜଣେ ବ୍ୟକ୍ତି ଆହତ ହୋଇଥିଲେ। ସମ୍ପୃକ୍ତ ବ୍ରିଜ୍‌ର କାମ ପଣ୍ଡା ଇନ୍‌ଫ୍ରା ପକ୍ଷରୁ କରାଯାଉଥିଲା। ଦୁଇ ଦୁଇଟି ଦୁର୍ଘଟଣା ପରେନିର୍ମାଣାଧୀନ ଫ୍ଲାଏଓଭର୍ ନିକଟରେ କେଉଁ ପ୍ରକାର ସୁରକ୍ଷା ବ୍ୟବସ୍ଥା […]

b

Rakesh Mallick
  • Published: Tuesday, 22 January 2019
  • , Updated: 22 January 2019, 10:17 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସହରର ମହିଳା ଥାନା ସମ୍ମୁଖ ଏକ ନିର୍ମାଣାଧୀନ ବ୍ରିଜ୍‌ରୁ ଲୁହା ରଡ ଖସି ଜଣେ ଯୁବକ ଆହତ ହୋଇଛନ୍ତି। ଯୁବକ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଲୁହା ରଡ ତାଙ୍କ ଉପରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣକ ଅଇଁଠାପାଲି ଅଞ୍ଚଳର ଅତୁଲ ଦାସ ବୋଲି ଜଣାପଡ଼ିଛି।

କିଛି ଦିନ ତଳେ ବ୍ରିଜ୍‌ରୁ ଅତଡ଼ା ଖସି ଜଣେ ବ୍ୟକ୍ତି ଆହତ ହୋଇଥିଲେ। ସମ୍ପୃକ୍ତ ବ୍ରିଜ୍‌ର କାମ ପଣ୍ଡା ଇନ୍‌ଫ୍ରା ପକ୍ଷରୁ କରାଯାଉଥିଲା। ଦୁଇ ଦୁଇଟି ଦୁର୍ଘଟଣା ପରେନିର୍ମାଣାଧୀନ ଫ୍ଲାଏଓଭର୍ ନିକଟରେ କେଉଁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଦୁଇଟି ଅଘଟଣ ପରେ ଜିଲ୍ଲା ପ୍ରଶାସନର ନିଦ୍ରାଭଙ୍ଗ ହୋଇଛି। ରାସ୍ତା ବନ୍ଦ ହେବା ପରେ କାମ ଆରମ୍ଭ ହେବ ବୋଲି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

Related story