Advertisment

ଶିଶୁ ବଳି ଘଟଣାରେ ଦୋଷୀକୁ ଆଜୀବନ ଜେଲ୍‌

ଯାଜପୁର (ଓଡ଼ିଶା ରିପୋର୍ଟର): ଶିଶୁ ବଳି ଦେବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୀପକ ବାରିକକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌। ଏହା ସହିତ ୩୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅର୍ଥ ଦେଇ ନପାରିଲେ ସେ ଆହୁରି ୬ ମାସ ଜେଲ୍‌ରେ ରହିବେ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ ମସିହା ଫେବ୍ରୁଆରୀ ୨୬ ତାରିଖରେ କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁର ଦୀପକ ବାରିକ ତନ୍ତ୍ର […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଶିଶୁ ବଳି ଘଟଣାରେ ଦୋଷୀକୁ ଆଜୀବନ ଜେଲ୍‌

Convict

ଯାଜପୁର (ଓଡ଼ିଶା ରିପୋର୍ଟର): ଶିଶୁ ବଳି ଦେବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୀପକ ବାରିକକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌। ଏହା ସହିତ ୩୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅର୍ଥ ଦେଇ ନପାରିଲେ ସେ ଆହୁରି ୬ ମାସ ଜେଲ୍‌ରେ ରହିବେ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୧୫ ମସିହା ଫେବ୍ରୁଆରୀ ୨୬ ତାରିଖରେ କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁର ଦୀପକ ବାରିକ ତନ୍ତ୍ର ସିଦ୍ଧି ପାଇଁ ସେହି ଗାଁର ଏକ ୮ ବର୍ଷର ନାବାଳକକୁ ହତ୍ୟା କରିଥିଲା। ଉକ୍ତ ନାବାଳକକୁ ସେ ଏକ ଏକାଦଶାହ ଭୋଜିରୁ ଅପହରଣ କରିଥିଲା। ଏହା ପରେ ଗାଁ ନିକଟସ୍ଥ ମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା କରି ଶିଶୁଟିର ତଣ୍ଟି ଚିପି ହତ୍ୟା କରି ଥିଲା। ମୃତଦେହକୁ ସେ ପୋଖରୀରେ ପିଙ୍ଗି ଦେଇଥିଲା।

ତଦନ୍ତ ପରେ ପୁଲିସ୍ ଦୀପକ ବାରିକକୁ ଗିରଫ କରିଥିଲା। ୨୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment