Advertisment

ପଥରରେ ଛେଚି ମାରିଦେଲେ, ଡ୍ରେନରେ ଫୋପାଡି ଦେଲେ

କଣ୍ଟାବାଞ୍ଜି(ଓଡ଼ିଶା ରିପୋର୍ଟର): ଅତି ନୃଶଂସ ଭାବେ ଯୁବକଙ୍କୁ ପଥରରେ ଛେଚି ହତ୍ୟାକଲେ। ପରେ ମୃତଦେହକୁ ଡ୍ରେନରେ ଫୋପାଡି ଦେଲେ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଏଭଳି ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। କଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବା ରାସ୍ତାର ରେଲୱେ ବିଦ୍ୟୁତ ଗ୍ରୀଡ଼ ଡ୍ରେନରୁ ଏହି ଶବ ମିଳିଛି। ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ମୃତଦେହ ନିକଟରୁ ରକ୍ତଲଗା ଦୁଇଟି ପଥର ଓ କିଛି ମାଟିକୁ ସାଇଣ୍ଟିଫିକ ଟିମ ଜବତ କରିଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟା […]

author-image
Niranjan Mishra
ଅଦ୍ୟତନ ହୋଇଛି
ପଥରରେ ଛେଚି ମାରିଦେଲେ, ଡ୍ରେନରେ ଫୋପାଡି ଦେଲେ

man

କଣ୍ଟାବାଞ୍ଜି(ଓଡ଼ିଶା ରିପୋର୍ଟର): ଅତି ନୃଶଂସ ଭାବେ ଯୁବକଙ୍କୁ ପଥରରେ ଛେଚି ହତ୍ୟାକଲେ। ପରେ ମୃତଦେହକୁ ଡ୍ରେନରେ ଫୋପାଡି ଦେଲେ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଏଭଳି ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। କଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବା ରାସ୍ତାର ରେଲୱେ ବିଦ୍ୟୁତ ଗ୍ରୀଡ଼ ଡ୍ରେନରୁ ଏହି ଶବ ମିଳିଛି। ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Advertisment

ମୃତଦେହ ନିକଟରୁ ରକ୍ତଲଗା ଦୁଇଟି ପଥର ଓ କିଛି ମାଟିକୁ ସାଇଣ୍ଟିଫିକ ଟିମ ଜବତ କରିଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନର୍ଦ୍ଦମାକୁ ଫୋପାଡି ଦେଇଥିଲେ। ପୋଲିସ ଏହି ଘଟଣାରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି। ସକାଳୁ ଏଠାକୁ ଲୋକେ ଶୌଚ ପାଇଁ ଆସିଥିବା ବେଳେ ଶବ ପଡିଥିବା ଦେଖିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ।