Doctors_EPS
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ କଥା ନ ଭାବି ପିଲାଙ୍କ ପାଇଁ ଖଟି ଚାଲିଥାଏ ବାପା। ସେମାନଙ୍କୁ ମଣିଷ କରିବା ପାଇଁ ନିଜ ସୁଖକୁ ପାସୋରି ଦିଏ। ହେଲେ ପରିଣତ ବୟସରେ ଅଲୋଡ଼ା ହୋଇଯାଏ । ଯେଉଁ ପୁଅକୁ କୋଳେଇ କାଖେଇ ବଡ଼ କରିଥାଏ, ସିଏ ହିଁ ନିଜ ବାପାକୁ ଶତ୍ରୁ ଭାବେ । ଏପରିକି ବାପାକୁ ମାରିବାକୁ ବି ପଛାଇ ନ ଥାଏ। ଏପରି ଏକ ଜଘନ୍ୟ କାଣ୍ଡ ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ। ଖଣ୍ଡଗିରି ଥାନା ଜଗମୋହନ ନଗରରେ ଘଟିଥିବା ଏହି ଘଟଣା ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପାରିବାରିକ ବିବାଦରୁ ନିଜ ବାପାକୁ ପିଟିପିଟି ହତ୍ୟା କଲା ଡାକ୍ତର ପୁଅ। ଖଣ୍ଡଗିରି ଥାନା ଜଗମୋହନ ନଗରରେ ଏପରି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୁଲିସ୍। ଅଭିଯୁକ୍ତ ପୁଅ ଜଣେ ଆୟୁଷ ଡାକ୍ତର ହୋଇଥିବା ସୂଚନା ମିଳିଥିବା ବେଳେ ତାଙ୍କ ପରିଚୟ ଜଣା ପଡ଼ି ପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/Doctors_EPS.jpg)