କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବକ୍ସିବାରି ଗାଁରେ ଜଣେ ବ୍ୟକ୍ତି ବାଡ଼ିରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଥିବା ଜଣାଯାଇଛି। । ମୃତ ମହିଳାଙ୍କ ନାଁ ପୁଟକୁନି ମୁଣ୍ଡା। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ଘାସିରାମ ମୁଣ୍ଡା।
ଗତକାଲି ଘାସିରାମ ଓ ତାଙ୍କ ସ୍ତ୍ରୀ ପୁଟକୁନି ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଘାସିରାମ ପୁଟକୁନିଙ୍କୁ ବିଲ ହିଡ଼ରୁ ତଳକୁ ଠେଲି ଦେଇଥିଲେ। ଏହାପରେ ଗାଈ ଚରାଇବା ପାଇଁ ଧରିଥିବା ବାଡିରେ ପିଟିପିଟି ହତ୍ୟା କରିଥିଲେ। ଏନେଇ ଗାଁ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତ ସ୍ୱାମୀ ଘାସିରାମଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୭ ଦିନ ହେଲା ମଣ୍ଡିରେ ପଡିଛି ଧାନ, ନେବାକୁ କେହି ଆସୁନାହାନ୍ତି
ରେଢାଖୋଲ ବ୍ଲକ୍ରେ ରହିଛି ବଡମାଲ ଧାନ ମଣ୍ଡି। ଏଠାରେ ଧାନ ବିକିବା ପାଇଁ ୨୭ ଜଣ ଚାଷୀ ଆଜିକୁ ୭ ଦିନ ତଳେ ପ୍ରାୟ ୩୧୦୦ କ୍ୱିଣ୍ଟାଲ୍ ଧାନ ଧରି ଆସିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନ କିଣିବା ପାଇଁ ନିୟୋଜିତ ମିଲରଙ୍କ ଦେଖା ଦର୍ଶନନାହିଁ।
Miscellaneous
ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୁଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୁଲିସ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
Crime
ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର
ପେନସନ କାମ କରାଇ ଦେବାକୁ ଲାଞ୍ଚ ମାଗିଥିଲେ ସେକ୍ସନ ଅଫିସର।
Accident
ମଦ ନିଶାରେ ଘର ଭାବି ଶୋରିଷ ବାଡ଼ିରେ ଶୋଇଥିଲେ! ତା’ପରେ...
କାଞ୍ଜିପାଣି ଥାନା ଗୁପ୍ତଗଙ୍ଗା ଗାଁର ବାଣେଶ୍ୱର ଯୁଆଙ୍ଗ ସୋମବାର ମଧ୍ୟାହ୍ନରେ ସାଙ୍ଗମାନଙ୍କ ସହିତ ମହାକୁଡ଼ ସାହିକୁ ଯାଇଥିଲେ। ସେଠାରେ ସମସ୍ତେ ମଦ ପିଇଥିବା ଅଭିଯୋଗ ହୋଇଥିଲା। ମଦ ପିଇବା ପରେ ସାଙ୍ଗମାନେ ନିଜ ନିଜ ରାସ୍ତାରେ ପଳାଇଗଲେ।
Miscellaneous
ଝାରଖଣ୍ଡରେ ଜିନତ, କୁଲଡିହାରେ ଯମୁନା
ଯମୁନାର ବୟସ ବହୁତ କମ୍। ତା’ର ବୟସ୍ ୨ ବର୍ଷରୁ କମ୍ ହେବ। ସିଏ ମଧ୍ୟ ତଡବା ଜଙ୍ଗଲରୁ ଆସିଛି। ତଡ଼ବା ଜଙ୍ଗଲରେ ବହୁତ ଖୋଲା ଜାଗା ରହିଛି। ଶିମିଳିପାଳକୁ ଆସିବା ପରେ ସିଏ ନିଜ ପାଇଁ ଅଞ୍ଚଳ ତିଆରି କରୁଛି। ତେଣୁ ଯମୁନା କୁଲଡିହା ପଳାଇ ଯାଇଛନ୍ତି।