Advertisment

ସ୍ତ୍ରୀକୁ ପିଟିପିଟି ମାରି ଦେଲା ସ୍ୱାମୀ

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବକ୍ସିବାରି ଗାଁରେ ଜଣେ ବ୍ୟକ୍ତି ବାଡ଼ିରେ ପିଟି ପିଟି ସ୍ତ୍ରୀକୁ  ହତ୍ୟା କରିଥିବା ଜଣାଯାଇଛି। । ମୃତ ମହିଳାଙ୍କ ନାଁ ପୁଟକୁନି ମୁଣ୍ଡା। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ଘାସିରାମ ମୁଣ୍ଡା। ଗତକାଲି ଘାସିରାମ ଓ ତାଙ୍କ ସ୍ତ୍ରୀ ପୁଟକୁନି ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ  ଘାସିରାମ ପୁଟକୁନିଙ୍କୁ ବିଲ ହିଡ଼ରୁ ତଳକୁ ଠେଲି […]

ଅଦ୍ୟତନ ହୋଇଛି
ସ୍ତ୍ରୀକୁ ପିଟିପିଟି ମାରି ଦେଲା ସ୍ୱାମୀ

keonjhar

Advertisment

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବକ୍ସିବାରି ଗାଁରେ ଜଣେ ବ୍ୟକ୍ତି ବାଡ଼ିରେ ପିଟି ପିଟି ସ୍ତ୍ରୀକୁ  ହତ୍ୟା କରିଥିବା ଜଣାଯାଇଛି। । ମୃତ ମହିଳାଙ୍କ ନାଁ ପୁଟକୁନି ମୁଣ୍ଡା। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ଘାସିରାମ ମୁଣ୍ଡା।

Advertisment

ଗତକାଲି ଘାସିରାମ ଓ ତାଙ୍କ ସ୍ତ୍ରୀ ପୁଟକୁନି ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ  ଘାସିରାମ ପୁଟକୁନିଙ୍କୁ ବିଲ ହିଡ଼ରୁ ତଳକୁ ଠେଲି ଦେଇଥିଲେ। ଏହାପରେ ଗାଈ ଚରାଇବା ପାଇଁ ଧରିଥିବା ବାଡିରେ ପିଟିପିଟି ହତ୍ୟା କରିଥିଲେ। ଏନେଇ ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତ ସ୍ୱାମୀ ଘାସିରାମଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe