Advertisment

ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ମାରିଦେଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଡବଲ୍ ମର୍ଡରର ହୋଇଛି ପର୍ଦ୍ଦାଫାଶ। ମାଆ ଓ ପୁଅର ମୃତଦେହ ଉଦ୍ଧାରର କିଛି ସମୟ ଭିତରେ ଧରାପଡ଼ିଛି ହତ୍ୟାକାରୀ। ଏହି ହତ୍ୟା ଆଉ କେହି ନୁହେଁ ବରଂ ମହିଳାଙ୍କ ସ୍ୱାମୀ ଘଟାଇଛି। ଭୁବନେଶ୍ୱର ଡିସିପି ଗଣମାଧ୍ୟମକୁ ଏହାର ସୂଚନା ଦେଇଛନ୍ତି। ତମାଣ୍ଡୋ ଥାନା ଅଧିକ କଳିଙ୍ଗ ନଗର କେ-୪ ଫୋର ଅଞ୍ଚଳରେ ଏକ ଘର ଭିତରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ […]

ଅଦ୍ୟତନ ହୋଇଛି
ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ମାରିଦେଲା

murder

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଡବଲ୍ ମର୍ଡରର ହୋଇଛି ପର୍ଦ୍ଦାଫାଶ। ମାଆ ଓ ପୁଅର ମୃତଦେହ ଉଦ୍ଧାରର କିଛି ସମୟ ଭିତରେ ଧରାପଡ଼ିଛି ହତ୍ୟାକାରୀ। ଏହି ହତ୍ୟା ଆଉ କେହି ନୁହେଁ ବରଂ ମହିଳାଙ୍କ ସ୍ୱାମୀ ଘଟାଇଛି। ଭୁବନେଶ୍ୱର ଡିସିପି ଗଣମାଧ୍ୟମକୁ ଏହାର ସୂଚନା ଦେଇଛନ୍ତି।

Advertisment

ତମାଣ୍ଡୋ ଥାନା ଅଧିକ କଳିଙ୍ଗ ନଗର କେ-୪ ଫୋର ଅଞ୍ଚଳରେ ଏକ ଘର ଭିତରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ସ୍ୱର୍ଣ୍ଣଲତା ମଙ୍ଗରାଜ। ସ୍ୱର୍ଣ୍ଣଲତା ଓ ତାଙ୍କ ୯ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ମହିଳାଙ୍କ ସ୍ୱାମୀ ଅବନ୍ତୀ ମଙ୍ଗରାଜ।

ତେବେ ପରେ ତାକୁ ଅଟକ ରଖାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଅବନ୍ତୀ ମଙ୍ଗରାଜ, ପତ୍ନୀ ଓ ପୁଅକୁ ହତ୍ୟା କରିଥିବା ନେଇ ପୁଲିସ ଆଗରେ ମାନିଥିବା ଡିସିପି କହିଛନ୍ତି। ଘଟଣାସ୍ଥଳରେ ଡିସିପିଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି। ତେବେ ଅବନ୍ତୀ କାହିଁକି ଏବଂ କେଉଁ ପରିସ୍ଥିତିରେ ଏ ହତ୍ୟାକାଣ୍ଡ ଘଟାଇଲା ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Advertisment

ଡିସିପି କହିଛନ୍ତି, ଅବନ୍ତୀ ମଙ୍ଗରାଜ ନାମକ ଜଣେ ଯୁବକ ନିଜ ଭଣଜାକୁ ଫୋନ୍ କରି ଜଣାଇଥିଲେ ଯେ ମୁଁ ମୋର ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି। ତେଣୁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି। ଆଉ ଭଣଜା ତୁରନ୍ତୁ ପୁଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ଅବନ୍ତୀକୁ ଅଟକ ରଖାଯାଇଛି। ସେ ମଧ୍ୟ ନିଜ ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିଛି।

ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ନଗର ଅଞ୍ଚଳରେ ରୁହନ୍ତି ସ୍ୱର୍ଣ୍ଣଲତା, ତାଙ୍କ ସ୍ୱାମୀ ଓ ୧୦ ବର୍ଷର ପୁଅ। ଆଜି କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କ ଘରର କବାଟ ଖୋଲି ନଥିଲା। ଅପରାହ୍ନରେ ଘର ଭିତରେ ସ୍ୱର୍ଣ୍ଣଲତା ଓ ତାଙ୍କ ପୁଅଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ତମାଣ୍ଡୋ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାତ୍ର ସେହି ସମୟରେ ଘରେ ସ୍ୱର୍ଣ୍ଣଲତାଙ୍କ ସ୍ୱାମୀ ନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe