Advertisment

ମଦ ପାଇଁ ସ୍ତ୍ରୀର ବେକ କାଟିଲା ସ୍ୱାମୀ!

କୋରାପୁଟ(ଓଡ଼ିଶା ରିପୋର୍ଟର): ମଦ ନେଇଛି ଜୀବନ। ମଦ ପିଇବାକୁ ପତ୍ନୀ ଟଙ୍କା ନ ଦେବାରୁ ତାକୁ ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। କୋରାପୁଟ ସଦରଥାନା ଅନ୍ତର୍ଗତ ଛୋଟାଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ଜାନକୀ ମୁଦୁଲି। ଘଟଣାସ୍ଥଳରେ ସଦର ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏସ୍‌ଡିପିଓ କହିଛନ୍ତି, ପ୍ରାଥମିକ ତଦନ୍ତରୁ ମୃତ ମହିଳାଙ୍କ ସ୍ୱାମୀ ଦାମୋଦର ଦାମୀ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରି ତାଙ୍କୁ ଅଟକ ରଖି […]

ଅଦ୍ୟତନ ହୋଇଛି
ମଦ ପାଇଁ ସ୍ତ୍ରୀର ବେକ କାଟିଲା ସ୍ୱାମୀ!

Murder

Advertisment

କୋରାପୁଟ(ଓଡ଼ିଶା ରିପୋର୍ଟର): ମଦ ନେଇଛି ଜୀବନ। ମଦ ପିଇବାକୁ ପତ୍ନୀ ଟଙ୍କା ନ ଦେବାରୁ ତାକୁ ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। କୋରାପୁଟ ସଦରଥାନା ଅନ୍ତର୍ଗତ ଛୋଟାଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ଜାନକୀ ମୁଦୁଲି। ଘଟଣାସ୍ଥଳରେ ସଦର ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisment

ଏସ୍‌ଡିପିଓ କହିଛନ୍ତି, ପ୍ରାଥମିକ ତଦନ୍ତରୁ ମୃତ ମହିଳାଙ୍କ ସ୍ୱାମୀ ଦାମୋଦର ଦାମୀ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରି ତାଙ୍କୁ ଅଟକ ରଖି ପଚରାଉଚୁରା କରଯାଉଛି। ପାରିପାର୍ଶ୍ୱିକ ତଦନ୍ତରୁ ଜଣାପଡିଛି ଯେ, ମଦକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଏହାକୁ ନେଇ ଦାମୋଦର ତାଙ୍କ ପତ୍ନୀକୁ ହତ୍ୟା କରିଛନ୍ତି। ତେବେ ତଦନ୍ତ ସରିବା ପରେ ସବୁକିଛି ସ୍ପଷ୍ଟ ହେବ।

ତେବେ ଦାମୋଦର ଏହି କାଣ୍ଡ ଘଟାଇ ନ ଥିବା ଗଣମାଧ୍ୟମକୁ କହିଛନ୍ତି। ତାଙ୍କ କହିବା ମୁତାବକ, ଆଜି ସକାଳ ପ୍ରାୟ ୬ଟାବେଳେ ସେ ଶୌଚ ପାଇଁ ନଦୀକୁ ଯାଇଥିଲେ। ଫେରିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀଙ୍କ ମୃତ ଦେହ ଘରେ ପଡିଥିବା ଦେଖିଥିଲେ। ପାଖରେ ଏକ ପରିବା କଟା ଛୋଟ ଛୁରିଟିଏ ମଧ୍ୟ ପଡିଥିଲା। ତେଣୁ ସେ ଆତ୍ମହତ୍ୟା କରିଥାଇପାରନ୍ତି।

Advertisment

ତେଣେ ମଦ ପାଇଁ ଅଧିକାଂଶ ସମୟ ପାରିବାରିକ କଳହ ଲାଗି ରହୁଥିବାରୁ ଏହା ହିଁ ମୃତ୍ୟୁ ପଛର କାରଣ ବୋଲି ପାଖପଡ଼ୋଶୀ ଲୋକ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe