Advertisment

ମନ୍ଦିରକୁ ଯାଇ ୬ ଦିନ ହେଲା ଫେରି ନାହାନ୍ତି ଶଙ୍କର

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ବନ୍ଦରର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୬ ଦିନ ହେବ ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାଁ ଶଙ୍କର ଗୋଚ୍ଛାୟତ। ତାଙ୍କ ଘର ପାରାଦୀପର ନୂଆ ବଜାରରେ। ସେ ବନ୍ଦରରେ ସୁଇପର ଭାବେ କାର୍ଯ୍ୟ କରନ୍ତି। ଗୁରୁବାର ଦିନ ଶଙ୍କର ଡ୍ୟୁଟିରୁ ଫେରି ସନ୍ଧ୍ୟାରେ ପାରାଦୀପ ଥାନା ପରିସରରରେ ଥିବା ମନ୍ଦିରକୁ ମୃଦଙ୍ଗ ବଜାଇବାକୁ ଯାଇଥିଲେ। ହେଲେ ସେହି ଦିନ ରାତିରେ ସେ ଘରକୁ ଫେରି ନଥିଲେ। ଏହାପରେ ପରିବାର […]

author-image
Jyoshna Pradhan
ମନ୍ଦିରକୁ ଯାଇ ୬ ଦିନ ହେଲା ଫେରି ନାହାନ୍ତି ଶଙ୍କର

paradeep

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ବନ୍ଦରର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୬ ଦିନ ହେବ ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାଁ ଶଙ୍କର ଗୋଚ୍ଛାୟତ। ତାଙ୍କ ଘର ପାରାଦୀପର ନୂଆ ବଜାରରେ। ସେ ବନ୍ଦରରେ ସୁଇପର ଭାବେ କାର୍ଯ୍ୟ କରନ୍ତି।

Advertisment

ଗୁରୁବାର ଦିନ ଶଙ୍କର ଡ୍ୟୁଟିରୁ ଫେରି ସନ୍ଧ୍ୟାରେ ପାରାଦୀପ ଥାନା ପରିସରରରେ ଥିବା ମନ୍ଦିରକୁ ମୃଦଙ୍ଗ ବଜାଇବାକୁ ଯାଇଥିଲେ। ହେଲେ ସେହି ଦିନ ରାତିରେ ସେ ଘରକୁ ଫେରି ନଥିଲେ। ଏହାପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ  ତାଙ୍କୁ ପାଇ ନଥିଲେ। ଏନେଇ ପରିବାର ଲୋକେ ୧୪ ତାରିଖରେ ପାରାଦୀପ ଥାନାରେ ଏତଲା ଦେଇଥିଲେ। ହେଲେ ଆଜି ଯାଏ ପୁଲିସ୍‌ ଶଙ୍କରଙ୍କୁ ଖୋଜି ପାରି ନାହିଁ। ଅନ୍ୟପକ୍ଷରେ ପୁଲିସ୍‌ର ନିଷ୍କ୍ରିୟତା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ ଉଠାଇଛନ୍ତି।