Advertisment

ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଖସିଗଲା ଯୁବକଙ୍କ ଗୋଡ଼, ତା’ପରେ...

ରାଉରକେଲା (ପବନ ତିୱାରୀ): କଥାରେ ଅଛି ରଖେ ହରି ମାରେ କିଏ। ଏହି ଉକ୍ତିର ଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଏକ ଚଳନ୍ତା ଟ୍ରେନ୍‌ରେ ଜଣେ ଯୁବକ ଚଢ଼ୁଥିବେଳେ ଖସିପଡ଼ି ଥିଲେ ମଧ୍ୟ ତାଙ୍କର ଜୀବନ ବଞ୍ଚିଯାଇଛି। ହେଲେ ସମ୍ପୃକ୍ତ ଯୁବକଙ୍କ ପାଇଁ ଦେବଦୂତ ସାଜିଥିଲେ ଜଣେ ଆର୍‌ପିଏଫ କର୍ମଚାରୀ। ତାଙ୍କ ପାଇଁ ଯୁବକ ଜଣଙ୍କ ବଞ୍ଚି ଯାଇଥିଲା। ସେ ଟ୍ରେନରୁ ଖସିପଡ଼ିବା ବେଳେ ତାଙ୍କୁ ସମ୍ପୃକ୍ତ ପୁଲିସ କର୍ମଚାରୀ ଜଣଙ୍କ ଘୋଷାରି ନେଇଥିଲେ। ଏହି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଖସିଗଲା ଯୁବକଙ୍କ ଗୋଡ଼, ତା’ପରେ...

Rail Station

ରାଉରକେଲା (ପବନ ତିୱାରୀ): କଥାରେ ଅଛି ରଖେ ହରି ମାରେ କିଏ। ଏହି ଉକ୍ତିର ଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଏକ ଚଳନ୍ତା ଟ୍ରେନ୍‌ରେ ଜଣେ ଯୁବକ ଚଢ଼ୁଥିବେଳେ ଖସିପଡ଼ି ଥିଲେ ମଧ୍ୟ ତାଙ୍କର ଜୀବନ ବଞ୍ଚିଯାଇଛି। ହେଲେ ସମ୍ପୃକ୍ତ ଯୁବକଙ୍କ ପାଇଁ ଦେବଦୂତ ସାଜିଥିଲେ ଜଣେ ଆର୍‌ପିଏଫ କର୍ମଚାରୀ। ତାଙ୍କ ପାଇଁ ଯୁବକ ଜଣଙ୍କ ବଞ୍ଚି ଯାଇଥିଲା। ସେ ଟ୍ରେନରୁ ଖସିପଡ଼ିବା ବେଳେ ତାଙ୍କୁ ସମ୍ପୃକ୍ତ ପୁଲିସ କର୍ମଚାରୀ ଜଣଙ୍କ ଘୋଷାରି ନେଇଥିଲେ। ଏହି ଘଟଣାଟି ଘଟିଛି ଝାଡ଼ଖଣ୍ଡର ଜାମସେଦପୁର ଟାଟା ଷ୍ଟେସନରେ।

Advertisment

ମିଳିଥିବା ସୂଚନା ଅନୁସାରେ, ଗତ ୨୯ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ ଟାଟା ଷ୍ଟେସନରୁ ନୀଳାଚଳ ଏକ୍ପପ୍ରେସ ଛାଡୁଥିବା ବେଳେ ହଜାରିବାଗ୍ ଅଞ୍ଚଳର ମୁନ୍ନା ଶର୍ମା ନାମକ ଜଣେ ଯାତ୍ରୀ ତରତର ହୋଇ ଟ୍ରେନରେ ଚଢ଼ି ଯାଇଥିଲେ।  ହେଲେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା। ଏହି ସମୟରେ ପ୍ଲାର୍ଟଫର୍ମରେ ସୁରକ୍ଷା ଦାୟିତ୍ୱରେ ଥିବା ରେଳବାଇ ସୁରକ୍ଷାକର୍ମୀ ଦେବଦୂତ ସାଜି ତାଙ୍କୁ ରକ୍ଷା କରିଥିଲେ।  ପ୍ଲାଟଫର୍ମ ମଝିରେ ଫସି ରହିଥିବା ମୁନ୍ନାଙ୍କୁ ସୁରକ୍ଷାକର୍ମୀ ଜଣଙ୍କ ଟାଣି ଆଣିଥିଲେ। ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯୁବକଙ୍କ  ଶରୀରରେ କୌଣସି ଆଘାତ ଲାଗି ନଥିବା ଜଣାପଡ଼ିଛି। ଏହି ସମୟର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଥିଲା।

Jharkhand