Advertisment

Firing: କଟକରେ ଫୁଟିଲା ଗୁଳି, ଯୁବକ ମୃତ

କଟକରେ ଫୁଟିଲା ଗୁଳି। ଗଡ଼ିଲା ମୁଣ୍ଡ। ମୃତ ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ଜେନା (ରିଙ୍କୁ)। କଟକର ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଘଟିଛି ଏହି ଘଟଣା।

Rinku
Advertisment

କଟକରେ ଫୁଟିଲା ଗୁଳି। ଗଡ଼ିଲା ମୁଣ୍ଡ। ମୃତ ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ଜେନା (ରିଙ୍କୁ)। କଟକର ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଘଟିଛି ଏହି ଘଟଣା। 

Advertisment

ସୂଚନା ଅନୁଯାୟୀ, ସୌମ୍ୟ ଓ ଅନ୍ୟ କିଛି ଯୁବକ ଭୋଜି କରୁଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ ମଧ୍ୟରେ କେହି ଜଣେ ଯୁବକ ତାଙ୍କୁ ଗୁଳି କରି ଦେଇଥିଲେ। ଗୁଳିଟି ତାଙ୍କ ଛାତିରେ ବାଜିଥିଲା। ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

କିଏ ଓ କାହିଁକି ତାଙ୍କୁ ଗୁଳି କରି ଦେଲେ, ତାହା ଜଣାପଡ଼ିନି। ଏହା ବି କୁହାଯାଉଛି, କ୍ରିକେଟ୍ ଖେଳକୁ ନେଇ ଏହି ଅଘଟଣ ଘଟିଥାଇପାରେ। 

Advertisment

ଡାକ୍ତରଖାନାରେ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ନିଜେ ଡିସିପି ପଚରାଉଚରା କରୁଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।  ପୁଲିସର ଏକ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରୁଛନ୍ତି। 

ସୌମ୍ୟଙ୍କ ମୃତଦେହ ଦେଖିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଗୁଳି ମାରିବା ପୂର୍ବରୁ ତାଙ୍କ ସହିତ ମାରପିଟ ହୋଇଥିବା ଜଣାପଡ଼ୁଛି। ତେଣୁ ସନ୍ଦେହ ହେଉଛି ଯେ ଏହା ଏକ ଯୋଜନାବଦ୍ଧ ହତ୍ୟା ହୋଇଥାଇପାରେ।   

ସୌମ୍ୟ ରଞ୍ଜନ ଜେନା ଭଲ କ୍ରିକେଟ ଖେଳୁଥିଲେ। ତାଙ୍କର କାହା ସହ ଶତ୍ରୁତା ନ ଥିଲା ବୋଲି କହୁଛନ୍ତି ତାଙ୍କ ସାଙ୍ଗମାନେ। ସେ ଜଣେ ଭଲ ପିଲା ଥିଲେ ବୋଲି ତାଙ୍କୁ ଜାଣିଥିବା ଲୋକେ କହୁଛନ୍ତି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe