Advertisment

ଯୁବକଙ୍କୁ ଗୁଳିମାଡ଼, ଦୁଇ ଗୋଡ଼ରେ ବାଜିଛି ଦୁଇଟି ଗୁଳି

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ତେଲନଦୀ ଘାଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଶାନ୍ତନୁ ରାଉତ। ତାଙ୍କ ଘର ତରଭା ଥାନା ଅନ୍ତର୍ଗତ ଭୁରାଟ ଗାଁରେ। ଆଜି ସକାଳେ ଶାନ୍ତନୁ କୌଣସି କାମରେ ତେଲନଦୀ ଘାଟକୁ ଯାଇଥିଲେ। ଏହି ସମୟରେ କେହି ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଶାନ୍ତନୁଙ୍କ ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତରଭା […]

author-image
Jyoshna Pradhan
ଯୁବକଙ୍କୁ ଗୁଳିମାଡ଼, ଦୁଇ ଗୋଡ଼ରେ ବାଜିଛି ଦୁଇଟି ଗୁଳି

sonpur

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ତେଲନଦୀ ଘାଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଶାନ୍ତନୁ ରାଉତ। ତାଙ୍କ ଘର ତରଭା ଥାନା ଅନ୍ତର୍ଗତ ଭୁରାଟ ଗାଁରେ। publive-image

Advertisment

ଆଜି ସକାଳେ ଶାନ୍ତନୁ କୌଣସି କାମରେ ତେଲନଦୀ ଘାଟକୁ ଯାଇଥିଲେ। ଏହି ସମୟରେ କେହି ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଶାନ୍ତନୁଙ୍କ ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତରଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କାଟାପନ୍ନ ହେବାରୁ  ପରେ ତାଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କିଏ ଓ କାହିଁକି ଶାନ୍ତୁନଙ୍କୁ ଗୁଳିମାଡ଼ କରିଛି, ତାହା ଜଣାପଡ଼ି ନାହିଁ। ତରଭା ପୁଲିସ୍‌ ଘଟଣାର  ତଦନ୍ତ ଆରମ୍ଭ କରିଛି।