Advertisment

କାଳିଆ ଫର୍ମ ପାଇଁ ଯୁବକଙ୍କୁ ଛୁରା ମାଡ଼!

ଜଗତସିଂହପୁର/ବାଲେଶ୍ୱର (ଓଡ଼ିଶା ରିପୋର୍ଟର): କାଳିଆ ଯୋଜନା ପାଇଁ ଫର୍ମ ବଣ୍ଟନ ବେଳେ ଛୁରାମାଡ଼ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗୋଡ଼ା ପଞ୍ଚାୟତରେ ଆଜି ଏମିତି ଘଟଣା ଘଟିଛି। ଫର୍ମ ନେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଛୁରାମାଡ଼ରେ ବିଶ୍ୱନାଥପୁର ଗାଁର ଦିଗମ୍ବର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ […]

କାଳିଆ ଫର୍ମ ପାଇଁ ଯୁବକଙ୍କୁ ଛୁରା ମାଡ଼!

man-stabbed-after-quarrel-over--kalia-form-in-ersama

Advertisment

ଜଗତସିଂହପୁର/ବାଲେଶ୍ୱର (ଓଡ଼ିଶା ରିପୋର୍ଟର): କାଳିଆ ଯୋଜନା ପାଇଁ ଫର୍ମ ବଣ୍ଟନ ବେଳେ ଛୁରାମାଡ଼ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗୋଡ଼ା ପଞ୍ଚାୟତରେ ଆଜି ଏମିତି ଘଟଣା ଘଟିଛି। ଫର୍ମ ନେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା।

Advertisment

ଛୁରାମାଡ଼ରେ ବିଶ୍ୱନାଥପୁର ଗାଁର ଦିଗମ୍ବର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଦିଗମ୍ୱରଙ୍କ ଅଭିଯୋଗ କ୍ରମେ ଏରସମା ଥନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଦିଗମ୍ୱର କହିଛନ୍ତି-“କାଳିଆ ଫର୍ମ ନେବା ପାଇଁ ଧାଡ଼ିରେ ଠିଆ ହୋଇଥିଲି। ଏହି ସମୟରେ ପଛରୁ ଜଣେ ଯୁବକ ଆସି ମୋତେ ଠେଲି ଆଗରେ ଠିଆ ହେବାକୁ ଚାହିଁଲା। ମୁଁ ତାକୁ ବିରୋଧ କରିବାରୁ ସେ ମୋତେ ଆକ୍ରମଣ କଲା।”

Advertisment

ସେପଟେ ବାଲେଶ୍ୱରରେ ମଧ୍ୟ ଆଜି କାଳିଆ ଯୋଜନାରେ ଫର୍ମ ପାଇଁ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ସଦର ବ୍ଲକ ଗୋପିନାଥପୁର ପଞ୍ଚାୟତ ଅଫିସରେ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା। ହେଲେ ଦିନ ୧୨ଟା ପର୍ଯ୍ୟନ୍ତ ନୋଡାଲ ଅଫିସର ନଆସିବାରୁ ଫର୍ମ ମିଳିନଥିଲା। ପରେ ନୋଡାଲ ଅଫିସର ପହଞ୍ଚିବା ମାତ୍ରେ ତାଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରି ଯାଇ ପାଟିତୁଣ୍ଡ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe