Advertisment

ସ୍ୱାମୀ କଲା ସାତ ପର; ଏରୁଣ୍ଡି ବନ୍ଧ ଡେଇଁବାକୁ ଚେଷ୍ଟା କରିବାରୁ ମିଳିଲା ଗଳା ଧକ୍କା

ଛତ୍ରପୁର(ଆଲୋକ ଗୌଡ଼): ମନରେ ଅମୁସାରୀ ସ୍ୱପ୍ନ ନେଇ ଯେଉଁ ଘରେ ଦିନେ ପାଦ ଥାପିଥିଲେ, ଯାହାଙ୍କୁ ନିଜର ଭାବିଥିଲେ, ସେମାନେ ପର କରିଦେବେ ବୋଲି କେବେ ଭାବି ନ ଥିଲେ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲେ, ସେ ବି ଖୁବ୍‌ ଶୀଘ୍ର ହାତ ଛାଡ଼ିଦେଲେ। ଏପରିକି ଆଉ ଜଣଙ୍କ ହାତ ଧରି ସ୍ୱାମୀ ସୁନେଲି ସ୍ୱପ୍ନ ଦେଖୁଥିବା ବେଳେ ପ୍ରଥମ ସ୍ତ୍ରୀ ଏବେ ସାତ ପର। ଏପରିକି ଘରର ଏରୁଣ୍ଡି […]

author-image
Niharika Rout
ଅଦ୍ୟତନ ହୋଇଛି
ସ୍ୱାମୀ କଲା ସାତ ପର; ଏରୁଣ୍ଡି ବନ୍ଧ ଡେଇଁବାକୁ ଚେଷ୍ଟା କରିବାରୁ ମିଳିଲା ଗଳା ଧକ୍କା

ପିଡୀତା

ଛତ୍ରପୁର(ଆଲୋକ ଗୌଡ଼): ମନରେ ଅମୁସାରୀ ସ୍ୱପ୍ନ ନେଇ ଯେଉଁ ଘରେ ଦିନେ ପାଦ ଥାପିଥିଲେ, ଯାହାଙ୍କୁ ନିଜର ଭାବିଥିଲେ, ସେମାନେ ପର କରିଦେବେ ବୋଲି କେବେ ଭାବି ନ ଥିଲେ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲେ, ସେ ବି ଖୁବ୍‌ ଶୀଘ୍ର ହାତ ଛାଡ଼ିଦେଲେ। ଏପରିକି ଆଉ ଜଣଙ୍କ ହାତ ଧରି ସ୍ୱାମୀ ସୁନେଲି ସ୍ୱପ୍ନ ଦେଖୁଥିବା ବେଳେ ପ୍ରଥମ ସ୍ତ୍ରୀ ଏବେ ସାତ ପର। ଏପରିକି ଘରର ଏରୁଣ୍ଡି ବନ୍ଧ ଡେଇଁବାକୁ ଚେଷ୍ଟା କଲେ ମିଳୁଛି ଗଳା ଧକ୍କା। ବିଚ୍‌ ରାସ୍ତାରେ ନିଜ ସ୍ତ୍ରୀକୁ ସ୍ୱାମୀ ମାରଧର କରୁଥିବା ବେଳେ ଲୋକେ ସାଜିଛନ୍ତି ଦେଖଣାହାରୀ। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ତାକରଡ଼ା ଗ୍ରାମରେ ।

Advertisment

publive-image

ସୂଚନା ଅନୁଯାୟୀ, ମହିଳାଜଣଙ୍କ ୨୦୧୨ ରେ ବୁଗୁଡା ଥାନା ଅନ୍ତର୍ଗତ ତାକରଡା ଗ୍ରାମରେ ରବି ନାୟକଙ୍କୁ ବିବାହ କରିଥିଲେ। ପ୍ରଥମେ ପ୍ରଥମେ କିଛି ଦିନ ସବୁକିଛି ଠିକଠାକ ଚାଲିଥିବା ବେଳେ ଏହାପରେ ଆରମ୍ଭ ହୋଇଗଲା ନିର୍ଯାତନା। ବିଭିନ୍ନ କାରଣରୁ ସ୍ୱାମୀ ନିର୍ଯାତନା ଦେବାକୁ ମହିଳାଜଣକ ନିଜର ଛୋଟ ପୁଅକୁ ଧରି ବାପ ଘର ବାପା ଘର ଜଗନ୍ନାଥ ପ୍ରସାଦ ଥାନା ରାଉତି ପଞ୍ଚାୟତ ପାଟଣା ପଳାଇଥିଲେ। ବର୍ତ୍ତମାନ ତାଙ୍କର ୬ ବର୍ଷର ପୁଅଟିଏ ମଧ୍ୟ ଅଛି।  ସେଠାରେ ବାପା  ତାଙ୍କର ଓ ପୁଅର ସମସ୍ତ ଦାୟିତ୍ୱ ନେଉଥିଲେ।  ହେଲେ ଭାଗ୍ୟ ସହିଲାନି। ୧୫ ଦିନ ପୂର୍ବେ  ବାପାଙ୍କର  କୂଅରେ ପଡି ମୃତ୍ୟୁ ହୋଇଛି। ଅନ୍ୟପଟେ ସ୍ୱାମୀ ରବି ନାୟକ ୧୨ ଦିନ ତଳେ ଦ୍ଵିତୀୟ ବିବାହ କରିଥିବା ଖବର ପାଇ ମହିଳାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା।

ଏହାପରେ ମହିଳାଜଣକ ନିଜ ଛୋଟ ପୁଅକୁ ଧରି  ଶାଶୁ ଘରକୁ ଯିବାରୁ ଘର ଭିତରେ ପଶାଇ ଦେଲେନି ସ୍ୱାମୀ। ଏରୁଣ୍ଡି ବନ୍ଧ ଡେଇଁବାକୁ ଚେଷ୍ଟା କରିବାରୁ ମିଳିଲା ଗଳା ଧକ୍କା। ଏପରିକି ଗାଁ ଦାଣ୍ଡରେ କେତେବେଳେ ହାତରେ ତ କେତେବେଳେ ଟେକା ପଥର ପକାଇ ସ୍ତ୍ରୀଙ୍କୁ ଦେଲେ ନିର୍ଯାତନା ।

Advertisment

ସେଠାରୁ ଫେରି  ମହିଳାଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ରବିଙ୍କୁ ଗିରଫ କରିଛି।

Odisha News Odia News