jajpur
ଯାଜପୁର (ଗୁଲାମ ଗସ୍): ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଛି। ଏପରିକି ଅଭିଯୁକ୍ତ ଜଣଙ୍କ ଲୁହା ରଡ଼ ଧରି ପୁଲିସ୍ ବାବୁଙ୍କୁ ଗୋଡାଇବା ସହ ଆକ୍ରମଣ କରିଛି। ଏପରି ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି।
ସୂଚନା ଅନୁସାରେ, ଧର୍ମଶାଳା ଧାନା ଅଧିକାରୀ ଉମାକାନ୍ତ ନାୟକ ସର୍ଚ୍ଚ ୱାରେଣ୍ଟ ନେଇ ବାରବାଟୀ ଓଡ଼ଙ୍ଗ ଗାଁର ଓ୍ୱାରେଣ୍ଟି ନେତ୍ରାନନ୍ଦ ମଲ୍ଲିକଙ୍କ ଘରକୁ ଯାଇଥିଲେ। ନେତ୍ରାନନ୍ଦ ଥାନା ଅଧିକାରୀଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରିଦେଇଥିଲା। ଏଥିରେ ଉମାକାନ୍ତ ଗୁରୁତର ଆହତ ହୋଇଛନ୍ତି। ଏହାସତ୍ତ୍ୱେ ସେ ନେତ୍ରାନନ୍ଦଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ପରେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏହି ଘଟଣାରେ ପୁଲିସ ନେତ୍ରାନନ୍ଦଙ୍କ ସମେତ ତାଙ୍କ ଦୁଇ ପୁଅଙ୍କୁ ଅଟକ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/01/j-1.jpg)