Advertisment

ମାନସଙ୍କୁ ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କରାଯାଇଛି ହତ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ। ମାନସକୁ ବାଉଁଶ ଫାଳିଆ ଓ କାଠ ଫାଳିଆରେ ପିଟି ପିଟି ମାରିଥିଲେ। ହତ୍ୟାରେ ବ୍ୟବହୃତ ୪ଟି ବାଉଁଶ ଓ କାଠ ଫାଳିଆ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଦୟାଲ ଆଶ୍ରମରୁ ଜବତ କଲା କ୍ରାଇମବ୍ରାଞ୍ଚ। କେୟାର ଟେକରଙ୍କ ସୂଚନା ଅନୁସାରେ ଜବତ କଲା କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାର ଟେକର ଫିଙ୍ଗି ଦେଇଥିବା ସ୍ୱୀକାର କଲା […]

author-image
Manoranjan Sial
ଅଦ୍ୟତନ ହୋଇଛି
ମାନସଙ୍କୁ ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କରାଯାଇଛି ହତ୍ୟା

Manas-and-Sarmista

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ। ମାନସକୁ ବାଉଁଶ ଫାଳିଆ ଓ କାଠ ଫାଳିଆରେ ପିଟି ପିଟି ମାରିଥିଲେ। ହତ୍ୟାରେ ବ୍ୟବହୃତ ୪ଟି ବାଉଁଶ ଓ କାଠ ଫାଳିଆ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଦୟାଲ ଆଶ୍ରମରୁ ଜବତ କଲା କ୍ରାଇମବ୍ରାଞ୍ଚ। କେୟାର ଟେକରଙ୍କ ସୂଚନା ଅନୁସାରେ ଜବତ କଲା କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାର ଟେକର ଫିଙ୍ଗି ଦେଇଥିବା ସ୍ୱୀକାର କଲା କେୟାରଟେକର। ଜବତ ୪ ବାଉଁଶ ଓ କାଠ ଫାଳିଆକୁ ପରୀକ୍ଷା ପାଇଁ ପଠାଯାଇଥିଲା। ମାନସଙ୍କୁ ସମ୍ଭବତଃ ଏଥିରେ ମରାଯାଇଥିବା ମତଦେଲେ କଟକ SCB ମେଡିକାଲ FMT ବିଭାଗ ପ୍ରଫେସର।

Advertisment

ଶର୍ମିଷ୍ଠାଙ୍କ ଅଫିସ୍‌ରେ କ୍ୟାମେରାମ୍ୟାନ୍‌ ଭାବେ କାମ କରୁଥିଲେ ମାନସ ସ୍ୱାଇଁ। ପରବର୍ତ୍ତୀ ସମୟରେ ମାନସ ଚାକିରି ଛାଡ଼ି ଦେଇଥିଲେ। ସେ ଫେବ୍ରୁଆରୀ ୬ ତାରିଖରେ ବିବାହ ଶୁଟିଂ କରିବା ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖରେ ସେ ସାଙ୍ଗଙ୍କ ଭୁବନେଶ୍ୱର ଫେରୁଥିଲେ। ହେଲେ ଅଧା ରାସ୍ତାରୁ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ସିଧା ଭୁବନେଶ୍ୱର ସ୍ଥିତ ଦୟାଲ୍‌ ଆଶ୍ରମକୁ ନେଇ ଆସିଥିଲେ। ସେଠାରେ ତାଙ୍କୁ ବାଉଁଶ ଓ କାଠ ଫାଳିରେ ପ୍ରବଳ ପିଟିଥିଲେ। ପିଟୁଥିବା ବେଳେ ମାନସଙ୍କ ମୃତ୍ୟୁ ଘଟିଥିଲା। ପରେ ମୃତଦେହକୁ ନୟାଗଡ଼ରେ ଏକ ପାହାଡ଼ ପାର୍ଶ୍ୱରେ ପୋତି ଦେଇଥିଲେ। ପରେ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଚଣ୍ଡିଖୋଲରେ ଫିଙ୍ଗି ଦେଇଥିଲେ

ମାନସ ଘରକୁ ନଫେରିବାରୁ ପରିବାର ଲୋକେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅପହରଣ କରାଯାଇଥିବା ଗାଡ଼ିର ଚାଳକକୁ ଉଠାଇ ଆଣିଥିଲା ପୁଲିସ୍‌। ତାକୁ ଜେରା ପରେ ଗୋଟିଏ ପରେ ଗୋଟିଏ ଖିଅ ସାମ୍ନାକୁ ଆସିଥିଲା। ନିରଞ୍ଜନ ସେଠୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ଚାନ୍ଦବାଲି ଥାନା ପୁଲିସ୍‌। ହେଲେ ଧରାଛୁଆଁ ଦେଉଥିଲା ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା।

Advertisment

ତେବେ ମାମଲାଟି ତିନିଟି ଜିଲ୍ଲା ଅଞ୍ଚଳରେ ବ୍ୟାପୀଥିବାରୁ ପୁଲିସ୍‌ ଡିଜିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିଲା। କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗରୁ ତଦନ୍ତ କରି ଥିଲା। ଆଉ ଶର୍ମିଷ୍ଠାକୁ ଧରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଜାଲ ବିଛାଇଥିଲା। ଶେଷରେ କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଥିଲା ଶର୍ମିଷ୍ଠା ଓ ଝୁନା। ଏବେ ଉଭୟଙ୍କୁ ରିମାଣ୍ଡରେ ଆଣି ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ।