Advertisment

କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରାଣ, ଅଲୌକିକତା, ସଙ୍ଗୀତ, ନୃତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟର ମହାପର୍ବ ‘ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ ପାଇବେ ବିଶିଷ୍ଟ କଥାକାର ତଥା ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ପ୍ରଫେସର ମନୋଜ ଦାସ। ଏହି ଅବସରରେ ଶ୍ରୀଯୁକ୍ତ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ଦେବେ। ଆସନ୍ତା ଫେବୃଆରୀ ୮ ତାରିଖରୁ ଦୁଇ ଦିନ […]

କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦

eb

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରାଣ, ଅଲୌକିକତା, ସଙ୍ଗୀତ, ନୃତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟର ମହାପର୍ବ 'ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ ପାଇବେ ବିଶିଷ୍ଟ କଥାକାର ତଥା ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ପ୍ରଫେସର ମନୋଜ ଦାସ।

Advertisment

ଏହି ଅବସରରେ ଶ୍ରୀଯୁକ୍ତ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ଦେବେ।
ଆସନ୍ତା ଫେବୃଆରୀ ୮ ତାରିଖରୁ ଦୁଇ ଦିନ ଧରି ଏହି ମହତ୍ସୋବ ଆୟୋଜନ ହେବ।

ଏହି ପୁରସ୍କାର ଘୋଷଣା କରି ଅଲୌକିକ କଳିଙ୍ଗ ମହୋତ୍ସବ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା କହିଥିଲେ ଯେ, ପଦ୍ମ ପୁରସ୍କାରପ୍ରାପ୍ତ ମନୋଜ ଦାସଙ୍କ ସମ୍ଭାଷଣ ଚଳିତ ଅଲୌକିକ କଳିଙ୍ଗ ମହୋତ୍ସବରେ ଶୁଣିବା ସମସ୍ତ ପୁସ୍ତକ ତଥା କଳା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ।

Advertisment

ଚଳିତ ବର୍ଷ ଠାରୁ ଅଲୌକିକ କଳିଙ୍ଗ ମହୋତ୍ସବରେ ଏକ ଲକ୍ଷ ଟଙ୍କା ବିଶିଷ୍ଟ ଦୁଇଟି ପୁରସ୍କାର ପ୍ରଦାନ କରାଯିବ। ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ (ଓଡ଼ିଆ) କେବଳ ଓଡ଼ିଆ ଭାଷାରେ କାଳଜୟୀ ସୃଷ୍ଟି ପାଇଁ ପ୍ରଦାନ ହେବ।

ସେହିପରି ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ (ଭାରତୀୟ ଓ ବିଶ୍ଵ ଭାଷା) ସେହି ସ୍ରଷ୍ଟାଙ୍କୁ ପ୍ରଦାନ କରାଯିବ ଯିଏ ଓଡ଼ିଆ ଭିନ୍ନ ଅନ୍ୟାନ୍ୟ ଭରତୋୟା ଭାଷା କିମ୍ବା ବିଦେଶୀ ଭାଷାରେ ଅନନ୍ୟ ସାହିତ୍ୟ ରଚନା କରିଥିବେ। ଏହି ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଖଦି ଉପଢୌକନ ପ୍ରଦାନ କରାଯାଏ।

ଏହି ମହୋତ୍ସବରେ ରାମାକାନ୍ତ ରଥ, ଡଃ ବିଜୟାନନ୍ଦ ସିଂ, ଅଜିତ ଦାସ, ସୁବାସ ପାଣି, ଯତୀନ ନାୟକ, ପିୟୋଶି ବରୁଆ , ଡଃ ଗୌରହରି ଦାସ, ମୁକୁନ୍ଦ ରାଓ, ତମସାରଣୀ ଦାସ, ଅସିତ ମହାନ୍ତି, ରାମଚନ୍ଦ୍ର ବେହେରା, ବିଷ୍ଣୁ ନାରାୟଣ ମହାପାତ୍ର, କେଦାର ମିଶ୍ର, ଶର୍ମିଳା ବିଶ୍ୱାସ ଓ ସୀତାକାନ୍ତ ମହାପାତ୍ର ଭଳି ଖ୍ୟାତିସମ୍ପନ୍ନ କବି ଓ କଥାକାର ନିଜର ସ୍ଵରଚିତ କବିତା ପାଠ କରିବେ। ଏହା ସହିତ ସେମାନେ ଜୟଦେବ, ତୁକାରାମ, ତୁଲସୀଦାସ ଆଦି ମହାନ ସ୍ରଷ୍ଟାଙ୍କ ରଚନା ଉପରେ ମଧ୍ୟ ଆଲୋଚନା କରିବେ।

ପ୍ରତ୍ୟେକ ବର୍ଷ ଅଲୌକିକ କଳିଙ୍ଗ ମହୋତ୍ସବରେ ପୁସ୍ତକ ଓ ଅନେକ ପ୍ରସଙ୍ଗକୁ ନେଇ ଗୁଡ଼ିଏ ଅଧିବେଶନ ହୋଇଥାଏ। ଏହିସବୁ ଅଧିବେଶନଗୁଡ଼ିକରେ ଭାରତ ଓ ବିଶ୍ଵର ସାହିତ୍ୟିକ କୃତି ସମ୍ବନ୍ଧରେ ଜାଣିବାର ଅନେକ ସୁଯୋଗ ମିଳିଥାଏ। ଚଳିତ ବର୍ଷ ପ୍ରାୟ ୧୦ ଟି ପୁସ୍ତକ ଏହି ମହୋତ୍ସବରେ ଲୋକାର୍ପିତ ହେବ।

ଯେଉଁ ବ୍ୟକ୍ତିମାନେ କେନ୍ଦେରା, ଧୁଡୁକି, ଖଞ୍ଜଣି ଆଦି ବଜାଇ ପାରୁଥିବେ କିମ୍ବା ଚକୁଳିଆ ପଣ୍ଡା, ପାଲା ଗାୟକଙ୍କ ପରି ଲୋକଗୀତ ପରିବେଷଣ କରି ପାରୁଥିବେ ସେମାନଙ୍କୁ ଚଳିତ ଅଲୌକିକ କଳିଙ୍ଗ ମହୋତ୍ସବରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଉଛି। ଏ ବର୍ଷ ପ୍ରାୟ ୨୦୦ରୁ ଅଧିକ କଳାକାର ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଓଡ଼ିଆ ଡାଏରୀ ଫାଉଣ୍ଡେସନ ଓ ଓଡ଼ିଶା ଡାଏରୀ ମିଡିଆର ମିଳିତ ଉଦ୍ୟମରେ ପ୍ରତିବର୍ଷ ଅଲୌକିକ କଳିଙ୍ଗ ମହୋତ୍ସବ ପାଳିତ ହେଉଛି। ବିଶ୍ଵ ସାହିତ୍ୟ ତଥା ଭାରତୀୟ ସାହିତ୍ୟ ଓ ଓଡ଼ିଆ ସାହିତ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ଦୂରେଇବା ଏହି ମହୋତ୍ସବର ଉଦ୍ଦେଶ୍ୟ। ଅଳ୍ପ କିଛି ବର୍ଷ ଧରି ଏହାର ଆୟୋଜନ ହେଉଥିଲେ ମଧ୍ୟ ଏହା ଭାରତର ଏକ ପ୍ରମୁଖ ସାହିତ୍ୟ ଓ କଳା ମହୋତ୍ସବ ରୂପେ ପରିଗଣିତ ହୋଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe