Advertisment

ଇଓଡବ୍ଲ୍ୟୁ ହାତରେ ଧରାପଡ଼ିଲେ ଫେରାର ମନୋଜ ପଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ହାତରେ ଧରାପଡ଼ିଲେ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍‌ର ଫେରାର ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। ଶନିବାର ଆନ୍ଧ୍ର ପ୍ରଦେଶର କାକିନଡ଼ା ଜିଲ୍ଲା ଆନ୍ନାବରମ ଥାନା ଅଞ୍ଚଳରୁ ସେଠାକାର ପୁଲିସ୍ ସହାୟତାରେ ତାଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ମନୋଜଙ୍କୁ ଗିରଫ କରି ସେଠାରେ କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ ରିମାଣ୍ଡରେ […]

ଅଦ୍ୟତନ ହୋଇଛି
ଇଓଡବ୍ଲ୍ୟୁ ହାତରେ ଧରାପଡ଼ିଲେ ଫେରାର ମନୋଜ ପଣ୍ଡା

Manoj Panda

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ହାତରେ ଧରାପଡ଼ିଲେ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍‌ର ଫେରାର ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। ଶନିବାର ଆନ୍ଧ୍ର ପ୍ରଦେଶର କାକିନଡ଼ା ଜିଲ୍ଲା ଆନ୍ନାବରମ ଥାନା ଅଞ୍ଚଳରୁ ସେଠାକାର ପୁଲିସ୍ ସହାୟତାରେ ତାଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ମନୋଜଙ୍କୁ ଗିରଫ କରି ସେଠାରେ କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ଇଓଡବ୍ଲ୍ୟୁ।

Advertisment

୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗରେ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଅରବିନ୍ଦ ସାଆନ୍ତ୍ରାଙ୍କୁ ଇଓଡବ୍ଲ୍ୟୁ ପୂର୍ବରୁ ଗିରଫ କରିସାରିଛି। ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଫେରାର ମନୋଜଙ୍କ ନାଁରେ ଲୁକ୍‌ ଆଉଟ୍ ସର୍କୁଲାର ଜାରି ହୋଇଥିଲା। ଗୁଇନ୍ଦା ରିପୋର୍ଟ ଆଧାରରେ ଇଓଡବ୍ଲ୍ୟୁ ଅଧିକାରୀମାନେ କାକିନଡ଼ା ଜିଲ୍ଲାର ଆନ୍ନାବରମର ଏକ ହୋଟେଲରୁ ମନୋଜଙ୍କୁ ଗିରଫ କରିଥିଲେ। ମନୋଜ କୌଣସି ଗୋଟିଏ ସ୍ଥାନରେ ଲୁଚି ରହୁ ନଥିଲେ। ସେ ପ୍ରତି ଗୋଟିଏ ବା ଦୁଇ ଦିନରେ ସ୍ଥାନ ପରିବର୍ତ୍ତନ କରୁଥିଲେ।

ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍‌ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗିରଫ ମନୋଜ କୁମାର ପଣ୍ଡା କମ୍ପାନୀର ସବୁ କାମ ଦେଖୁଥିଲେ ଓ ଫ୍ଲାଟ୍ ଏବଂ ଜମି ଦେବା ନାଁରେ ଅନେକ ନିବେଶକଙ୍କୁ ଠକି ଥିଲେ।

Advertisment

ସୂଚନାଯୋଗ୍ୟ, ଟିସିଏସ୍‌ର କର୍ମଚାରୀ ରଞ୍ଜନ କୁମାର ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଘଟଣାର ତଦନ୍ତ କରି ଏହି ଗିରଫଦାରୀ କରିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟୁଡିଓ ପାଖରେ ‘ଗଣପତି ହୋମ୍ସ’ରେ ଫ୍ଲାଟ ଦେବା ନାଁରେ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍‌ ରଞ୍ଜନ କୁମାର ମହାପାତ୍ର ଓ ଆହୁରି ଅନେକ ଲୋକଙ୍କୁ ୨୦ କୋଟି ଟଙ୍କାର ଚୂନ ଲଗାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe