Advertisment

ବିଜୁଳି ଆଲୁଅ ଦେଖିପାରିଲାନି ଗାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଥିବାର ଡିଣ୍ଡିମ ବାଡ଼ଉଥିବା ସରକାର ଯୋଜନାର ସୁଫଳ ଲୋକଙ୍କୁ ଦେବାରେ ଫେଲ ମାରିଛନ୍ତି। ରାଜ୍ୟରେ ଏବେ ଶତାଧିକ ଗ୍ରାମ ରହିଛି ଯେଉଁଠି ଏ ପର୍ଯ୍ୟନ୍ତ ଲୋକେ ଅନ୍ଧାରରେ। ସେମାନେ ବିଜୁଳି ଆଲୁଅ ଦେଖିପାରିଲେ ନାହିଁ। ଡିବିରି ଆଲୁଅ ସେମାନଙ୍କ ଚିର ସହଚର ହୋଇ ରହିଛି। ହେଲେ ସରକାର ୨୦୧୮ରୁ ଛାତି ପିଟି କହୁଛନ୍ତି, ଶତପ୍ରତିଶତ ଗାଁକୁ ବିଜୁଳି ସଂଯୋଗ ସରିଛି। ଏମିତି ଏକ ଗାଁ ହେଉଛି ସୁନ୍ଦରଗଡ଼ […]

ବିଜୁଳି ଆଲୁଅ ଦେଖିପାରିଲାନି ଗାଁ

koida

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଥିବାର ଡିଣ୍ଡିମ ବାଡ଼ଉଥିବା ସରକାର ଯୋଜନାର ସୁଫଳ ଲୋକଙ୍କୁ ଦେବାରେ ଫେଲ ମାରିଛନ୍ତି। ରାଜ୍ୟରେ ଏବେ ଶତାଧିକ ଗ୍ରାମ ରହିଛି ଯେଉଁଠି ଏ ପର୍ଯ୍ୟନ୍ତ ଲୋକେ ଅନ୍ଧାରରେ। ସେମାନେ ବିଜୁଳି ଆଲୁଅ ଦେଖିପାରିଲେ ନାହିଁ। ଡିବିରି ଆଲୁଅ ସେମାନଙ୍କ ଚିର ସହଚର ହୋଇ ରହିଛି। ହେଲେ ସରକାର ୨୦୧୮ରୁ ଛାତି ପିଟି କହୁଛନ୍ତି, ଶତପ୍ରତିଶତ ଗାଁକୁ ବିଜୁଳି ସଂଯୋଗ ସରିଛି।

Advertisment

ଏମିତି ଏକ ଗାଁ ହେଉଛି ସୁନ୍ଦରଗଡ଼ ଖଣି ଖାଦାନ ଭରା କୋଇଡ଼ା ବ୍ଲକ୍ କଦମଢ଼ି ଗାଁ। ଏଇ ଗାଁର ୧୦୨ ପରିବାର ପାଇଁ ଲଣ୍ଠନ ଓ ଡିବିରି ଆଲୁଅ ହିଁ ଭରସା। ୫ ବର୍ଷ ତଳେ ଲୋକ ଦେଖାଣିଆ ଭାବେ ସରକାର ଗାଁର କିଛି ପରିବାରକୁ ସୋଲାର୍ ଲାଇଟ୍ ଦେଇଥିଲେ। ଏବେ ତାହା ବି ଅଚଳ। ସେହିଭଳି କୋରାପୁଟ ଜୟପୁର ଠାରୁ ମାତ୍ର ୧୫ କିମି ଦୂରରେ ଏମିତି ଅନେକ ଗାଁ ରହିଛି, ଯେଉଁଠିକି ପହଞ୍ଚିନି ବିଜୁଳି ଆଲୁଅ। ସେମିତି ଏକ ଗାଁ ହେଉଛି ଗଡ଼ପଦର ପଞ୍ଚାୟତର ସାଙ୍ଗାବାଡ଼ି। ଏହି ଗାଁରେ ସଞ୍ଜ ନଇଁଲେ ଖୋଜାପଡ଼େ ଡିବିରି ଆଲୁଅ। ଜୟପୁର ବ୍ଲକ୍‌ର ରାମଗଡ଼, ସଡ଼ାପଦର, ଲଛିମପଦର, ଟିଙ୍ଗୋସିଲ, ତାଡ଼ପାଣି, ବାଇଗଣପଦର, କେନ୍ଦୁଗୁଡ଼ା, କୁଷୁମଗୁଡ଼ା ଆଦି ଗାଁ ଲାଗି ବି ସାତସପନ ପାଲଟିଛି ବିଜୁଳି ଆଲୁଅ।

୨୦୧୮ ଏପ୍ରିଲ ୧୮ ସୁଦ୍ଧା ରାଜ୍ୟର ଶତପ୍ରତିଶତ ଗାଁକୁ ବିଜୁଳି ପହଞ୍ଚିଥିବା ଘୋଷଣା କରିଥିଲେ ଓଡ଼ିଶା ସରକାର। ତେଣେ ଲୋକସଭାରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ଏଭଳି ତଥ୍ୟ ଦେଇଛି ବୋଲି ଦର୍ଶାଇଥିଲେ କେନ୍ଦ୍ରଶକ୍ତି ମନ୍ତ୍ରୀ। କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଏସବୁ ଚିତ୍ର ସରକାରଙ୍କ ଅସଲ ଚରିତ୍ରକୁ ପଦାରେ ପକାଇଛି। ନ୍ୟସାନାଲ ଫ୍ୟାମିଲି ହେଲତ୍ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟର ୯୬.୩ ପ୍ରତିଶତ ପରିବାରକୁ ମିଳିଛି ବିଜୁଳି ସଂଯୋଗ। ଯାହା ଗ୍ରାଉଣ୍ଡ ଜିରୋ ନିରୀକ୍ଷଣ କଲେ ମନଗଢ଼ା ବୋଲି ପ୍ରମାଣିତ ହୁଏ।

Advertisment

[caption id="attachment_744809" align="aligncenter" width="650"]publive-image କଦମଢ଼ି ଗାଁର ପିଲାମାନେ ରାତି ହେଲେ ଡିବିରି ଜଳାଇ ପାଠପଢ଼ୁଛନ୍ତି।[/caption]

ସେପଟେ ବିଦ୍ୟୁତ ଉପଭୋକ୍ତା ମାହାସଂଘ କହିଛି, ରାଜ୍ୟରେ ୧ କୋଟିରୁ ଅଧିକ ପରିବାର ଥିଲେ ମଧ୍ୟ ବାସ୍ତବରେ କେବଳ ୬୦ରୁ ୬୫ ଲକ୍ଷ ପରିବାରକୁ ହିଁ ବିଜୁଳି ସଂଯୋଗ ମିଳିପାରିଛି।  ମହାସଂଘର କହିବା କଥା, ଅନେକ ଗାଁର ସୀମା ଦେଇ ବିଜୁଳି ଲାଇନ୍ ଯାଇଛି ସତ। କିନ୍ତୁ ଗାଁ ଭିତରକୁ ବିଜୁଳି ସଂଯୋଗ ହୋଇନି। କିନ୍ତୁ ଏସବୁ ଗାଁକୁ ବିଜୁଳି ସଂଯୋଗ ହୋଇଛି ବୋଲି ଦର୍ଶାଇ ସରକାର ନିଜର ପିଠି ଥାପୁଡ଼ାଉଛନ୍ତି।

ଯାହାର ଗୋଟିଏ ଜ୍ୱଳନ୍ତ ଛବି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରବେଡ଼ାର ଡୁଙ୍ଗୁରିସାହି ଗାଁ। ବ୍ୟାପକ ଖବରରେ ରହିବା ପରେ ଏହି ଗାଁକୁ ଏବେ ବିଜୁଳି ଆଲୁଅ ପହଞ୍ଚାଇବା ନିମନ୍ତେ ସରକାର କସରତ କରୁଛନ୍ତି। ରାତିଦିନ ଲାଗି ବିଦ୍ୟୁତ ଖୁଣ୍ଟ ପୋତା ଚାଲିଛି। ତାର ଟଣା ଚାଲିଛି। ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗାଁ ବୋଲି ସିନା ଏଠାକୁ ବିଜୁଳି ସଂଯୋଗ ନେଇ ସରକାର ତତ୍ପର। ହେଲେ କିନ୍ତୁ ରାଜ୍ୟରେ ଏବେ ବି ଏମିତି ଅନେକ ଗାଁ ଅଛି,  ଯେଉଁଠାରେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଲୋକେ ଦେଖିନାହାଁନ୍ତି ବିଜୁଳି ଆଲୁଅ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe