ଗାଁରେ ପଶିଲା ବନ୍ୟା ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ

ଆଠଗଡ଼/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ କଟକ ଜିଲ୍ଲା ତିଗିରିଆ ବ୍ଲକର ଚଷାଆଁରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଏଥିସହ ବନ୍ୟା ଘେରରେ ଉତ୍ତରବାଙ୍କୀ ବ୍ଲକର  ୬ଟି ଓ ତିଗିରିଆର ଗୋଟିଏ ପଞ୍ଚାୟତର ଲୋକେ ରହିଛନ୍ତି। ଖୁବଶୀଘ୍ର ଜରୁରୀ ଯାତାୟାତ ପାଇଁ ଚଷାଆଁରା ଗାଁକୁ ପାୱାର ବୋଟ ପଡିବ ଓ ସେହି ଗାଁର ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯିବାର ବ୍ୟବସ୍ଥା […]

athagada

Jyoshna Pradhan
  • Published: Friday, 28 August 2020
  • , Updated: 28 August 2020, 01:09 PM IST

ଆଠଗଡ଼/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ କଟକ ଜିଲ୍ଲା ତିଗିରିଆ ବ୍ଲକର ଚଷାଆଁରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଏଥିସହ ବନ୍ୟା ଘେରରେ ଉତ୍ତରବାଙ୍କୀ ବ୍ଲକର  ୬ଟି ଓ ତିଗିରିଆର ଗୋଟିଏ ପଞ୍ଚାୟତର ଲୋକେ ରହିଛନ୍ତି। ଖୁବଶୀଘ୍ର ଜରୁରୀ ଯାତାୟାତ ପାଇଁ ଚଷାଆଁରା ଗାଁକୁ ପାୱାର ବୋଟ ପଡିବ ଓ ସେହି ଗାଁର ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ତିଗିରିଆ ବିଡିଓ ସୂଚନା ଦେଇଛନ୍ତି। ହେଲେ ଗତକାଲି ରାତିରୁ ଗାଁକୁ ସଂପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ପ୍ରଶାସନ ସେଠାରେ ପହଞ୍ଚି ନଥିବାରୁ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖଡଗପ୍ରସାଦ, ବିଡୋ, ସୁରଭି, ରଞ୍ଜାସିଙ୍ଗା, ତାଳଡଙ୍ଗା ,ଝରିସାହି, ବଉଳପୁର ଆଦି ଗାଁ ଭିତରେ ବ୍ରାହ୍ମଣୀ ନଦୀ ପାଣି ପଶିଛି। ବ୍ରାହ୍ମଣୀରେ ବନ୍ୟା ପାଣି ଆସିବା ପରେ ନଈକୂଳିଆ ଗାଁ ଗୁଡିକ ଜଳମଗ୍ନ ହୋଇ ରହିଛି। ଏଥିସହ ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶି ଯାଇଛି ।

Related story