Advertisment

ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ନାରକୀୟ କାଣ୍ଡ

ମାଲକାନଗିରି(ଜିତେନ୍ଦ୍ର ବେଉରା): କିଛି ଦିନର ନୀରବତା ପରେ ନିର୍ବାଚନ ପୂର୍ବରୁ ନିଜର ଉପସ୍ଥିତି ଜାହିର କରିଛନ୍ତି ନକ୍ସଲ। ମାଲକାନଗିରି ଜିଲ୍ଲାରେ ବର୍ବରକାଣ୍ଡ ଘଟାଇଛନ୍ତି। ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ନକ୍ସଲ। ହତ୍ୟାକାଣ୍ଡରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଗୁପ୍ତ ସ୍ୱାଇଁ। ସେ ଠିକାଦାରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ନକ୍ସଲମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ରାସ୍ତାକାମରେ ନିୟୋଜିତ ଗୋଟିଏ ଜେସିବି ଓ ଗୋଟିଏ ହାଇୱାକୁ ଜାଳିଦେଇଛନ୍ତି। ଗତକାଲି […]

ଅଦ୍ୟତନ ହୋଇଛି
ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ନାରକୀୟ କାଣ୍ଡ

tyyy999

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): କିଛି ଦିନର ନୀରବତା ପରେ ନିର୍ବାଚନ ପୂର୍ବରୁ ନିଜର ଉପସ୍ଥିତି ଜାହିର କରିଛନ୍ତି ନକ୍ସଲ। ମାଲକାନଗିରି ଜିଲ୍ଲାରେ ବର୍ବରକାଣ୍ଡ ଘଟାଇଛନ୍ତି। ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ନକ୍ସଲ। ହତ୍ୟାକାଣ୍ଡରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଗୁପ୍ତ ସ୍ୱାଇଁ। ସେ ଠିକାଦାରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

Advertisment

ନକ୍ସଲମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ରାସ୍ତାକାମରେ ନିୟୋଜିତ ଗୋଟିଏ ଜେସିବି ଓ ଗୋଟିଏ ହାଇୱାକୁ ଜାଳିଦେଇଛନ୍ତି। ଗତକାଲି ଅପରାହ୍ଣରେ ଏହି ଘଟଣା ଘଟିଛି। ଦକ୍ଷିଣ ବସ୍ତର ନକ୍ସଲ ସଂଗ୍ରଠନ ଏଭଳି ବୀଭତ୍ସ କାଣ୍ଡ ଘଟାଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୁକୁରକୁଣ୍ଡରୁ ଟେମୁରୁପାଲି ରାସ୍ତା ତିଆରି ହେଉଛି। ହେଲେ ନକ୍ସଲମାନେ ଏହି ରାସ୍ତାକୁ ବିରୋଧ କରୁଥିଲେ। ରାସ୍ତା ନିର୍ମାଣ ଜାରି ରଖିଥିବାରୁ ନକ୍ସଲ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe