ସ୍ୱାମୀ ଓ ଦୁଇ ଶିଶୁ ପୁତ୍ରଙ୍କୁ ଛାଡ଼ି ୧୧ ବର୍ଷ ସାନ ଯୁବକଙ୍କୁ ବାହା ହେଲେ ମହିଳା

ପାଟଣାଗଡ଼ (ସୌମ୍ୟରଞ୍ଜନ ପୁରୋହିତ): ଜଣେ ୩୩ ବର୍ଷୀୟା ମହିଳା ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ୧୧ ବର୍ଷ ସାନ ଜଣେ ଯୁବକଙ୍କ ସହିତ ଫେରାର ହୋଇଯିବା ଓ ପରେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ବିବାହ କରାଇବା ଘଟଣା ଏବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମହିଳାଙ୍କୁ ୩୩ ବର୍ଷ ହୋଇଛି। ୫ ବର୍ଷ ତଳେ ସେ ବାହା ହୋଇଥିଲେ। ତାଙ୍କର ଦୁଇ ଜଣ ଶିଶୁପୁତ୍ର ଅଛନ୍ତି। ଜଣଙ୍କୁ […]

marriage

Jitendra Garnayak
  • Published: Tuesday, 01 June 2021
  • , Updated: 01 June 2021, 03:56 PM IST

ପାଟଣାଗଡ଼ (ସୌମ୍ୟରଞ୍ଜନ ପୁରୋହିତ): ଜଣେ ୩୩ ବର୍ଷୀୟା ମହିଳା ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ୧୧ ବର୍ଷ ସାନ ଜଣେ ଯୁବକଙ୍କ ସହିତ ଫେରାର ହୋଇଯିବା ଓ ପରେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ବିବାହ କରାଇବା ଘଟଣା ଏବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ମହିଳାଙ୍କୁ ୩୩ ବର୍ଷ ହୋଇଛି। ୫ ବର୍ଷ ତଳେ ସେ ବାହା ହୋଇଥିଲେ। ତାଙ୍କର ଦୁଇ ଜଣ ଶିଶୁପୁତ୍ର ଅଛନ୍ତି। ଜଣଙ୍କୁ ଚାରି ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ଦେଢ଼ ବର୍ଷ ହୋଇଛି। ତଥାପି ସେ ପଡ଼ିଶା ଘରର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଗଲେ। ଉକ୍ତ ଯୁବକଙ୍କୁ ୨୨ ବର୍ଷ ହୋଇଛି। ଲୁଚାଛପାରେ ସେମାନଙ୍କ ପ୍ରେମ ସଂପର୍କ ଆଗକୁ ବଢ଼ି ଚାଲିଥିଲା। ଶେଷରେ ମାସେ ତଳେ ମହିଳା ଜଣଙ୍କ ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ଉକ୍ତ ଯୁବକଙ୍କ ସହିତ ଘରୁ ପଳାଇଥିଲେ।

ମହିଳା ଜଣଙ୍କ ଘରୁ ଫେରାର ହୋଇଯାଇଥିବା ନେଇ ତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମଧ୍ୟ ତାଙ୍କୁ ଖୋଜାଖୋଜି କରିଥିଲା। ଶେଷରେ ତାଙ୍କୁ ଓ ତାଙ୍କ ପ୍ରେମିକଙ୍କୁ ରାଜ୍ୟ ବାହାରୁ ଖୋଜି ପାଇଥିଲା ପୁଲିସ୍‌। କିନ୍ତୁ ମହିଳା ଜଣଙ୍କ ଫେରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏପରିକି ମହିଳାଙ୍କ ବାପଘର ଲୋକେ ବି ତାଙ୍କୁ ଘରେ ପୂରାଇ ଦେଲେ ନାହିଁ। ଶେଷରେ ପୁଲିସ୍ ତାଙ୍କୁ ସୁଧାର ଗୃହକୁ ପଠାଇ ଦେଇଥିଲା। ତେବେ ସେଠାରେ ସେ ଅବସାଦରେ ରହୁଥିବା ପୁଲିସ୍ ଜାଣିବାକୁ ପାଇଥିଲା। ତେଣୁ ପୁଲିସ୍ ସମାଧାନର ବାଟ ଖୋଜିଥିଲା। ଆଉ ଶେଷରେ ପୁଲିସ୍ ତାଙ୍କୁ ତାଙ୍କ ପ୍ରେମିକଙ୍କ ସହ ବାହା କରାଇ ଦେବାକୁ ନିଷ୍ପତ୍ତି ନେଇଥିଲା। ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ପ୍ରେମିକଙ୍କୁ ବାହା ହୋଇଥିଲେ। ତାଙ୍କ ଛୁଆ ଦୁଇଟି ଏବେ ସେମାନଙ୍କ ବାପାଙ୍କ ପାଖରେ ରହୁଛନ୍ତି।

Related story