Advertisment

ସାୟାହ୍ନରେ ବାଜିଲା ସାହାନାଇ, ପାଇଲେ ସାତଜନମର ସାଥୀ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଯିଏ ପ୍ରଥମେ ତାଙ୍କ ଜୀବନରେ ଆସିଥିଲେ ସେ ହାତ ଛାଡ଼ିଚାଲିଗଲେ। ତାଙ୍କୁ ଏକାକରି ପରପାରିକୁ ଚାଲିଗଲେ। ଆଉ ଏକା ହୋଇଗଲେ ଦେବାର୍ଚ୍ଚନ। ପରିଣତ ବୟସରେ ନିଃସଙ୍ଗ ଜୀବନ ବିତାଉ ଥିବା ଦେବାର୍ଚ୍ଚନଙ୍କୁ ମିଳିଲା ଜୀବନ ସାଥୀ। ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ ସାଲେଗମ୍‌ ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ବାହାଘର । ଖାତିର୍ ନକରି ସେହି ଗାଁର ୭୫ ବର୍ଷୀୟ ବୃଦ୍ଧ ଦେବାର୍ଚ୍ଚନ ମେଣ୍ଡଲି ଲୋଇସିଂହା ଅଞ୍ଚଳର ଜଣେ ୩୫ ବର୍ଷୀୟ ଯୁବତୀଙ୍କୁ ବିବାହ […]

author-image
Puspanjali Panda
ସାୟାହ୍ନରେ ବାଜିଲା ସାହାନାଇ, ପାଇଲେ ସାତଜନମର ସାଥୀ

budha

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଯିଏ ପ୍ରଥମେ ତାଙ୍କ ଜୀବନରେ ଆସିଥିଲେ ସେ ହାତ ଛାଡ଼ିଚାଲିଗଲେ। ତାଙ୍କୁ ଏକାକରି ପରପାରିକୁ ଚାଲିଗଲେ। ଆଉ ଏକା ହୋଇଗଲେ ଦେବାର୍ଚ୍ଚନ। ପରିଣତ ବୟସରେ ନିଃସଙ୍ଗ ଜୀବନ ବିତାଉ ଥିବା ଦେବାର୍ଚ୍ଚନଙ୍କୁ ମିଳିଲା ଜୀବନ ସାଥୀ।

Advertisment

ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ ସାଲେଗମ୍‌ ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ବାହାଘର । ଖାତିର୍ ନକରି ସେହି ଗାଁର ୭୫ ବର୍ଷୀୟ ବୃଦ୍ଧ ଦେବାର୍ଚ୍ଚନ ମେଣ୍ଡଲି ଲୋଇସିଂହା ଅଞ୍ଚଳର ଜଣେ ୩୫ ବର୍ଷୀୟ ଯୁବତୀଙ୍କୁ ବିବାହ କରିଛନ୍ତି। ଗାଁଲୋକେ ତଥା ବନ୍ଧୁବାନ୍ଧବଙ୍କର ସ୍ୱୀକୃତି କ୍ରମେ ହୋଇଛି ଏପରି ଏକ ନିଆରା ବାହାଘର ସମ୍ପନ୍ନ ହୋଇଛି।

ଏପରିକି ଏହି ବାହାଘର ସେହି ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବରକନ୍ୟାଙ୍କୁ ଦେଖିବା ପାଇଁ ସାଲେଗମ୍ ଗାଁରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Advertisment

ଏନେଇ  ଦେବାର୍ଚ୍ଚନ ମେଣ୍ଡଲି କହିଛନ୍ତି, ମୋର ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅର ମୃତ୍ୟୁ ହେବା ପରେ ନାତୁଣୀ ମୋର ସେବା ଶୁଶ୍ରୁଷା କରୁଥିଲା। ନାତୁଣୀକୁ ବିବାହ କରିବା ପରେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ପଡ଼ିଥିଲି। ଏପରିକି ଖାଇବାପିଇବାରେ ମଧ୍ୟ ଅସୁବିଧା ହେଉଥିଲା। ଏଥିପାଇଁ ନାତୁଣୀକୁ ପଚାରିବା ପରେ ବିବାହ କରିଛି।

ତେବେ ଏହି ବିବାହକୁ ଗାଁର ସମସ୍ତ ଲୋକେ ସ୍ୱାଗତ କରିବା ସହ ସମର୍ଥନ ମଧ୍ୟ କରିଛନ୍ତି ।