ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଲା ପଶ୍ଚିମ ଓଡ଼ିଶାର ଚାଷୀ ସଙ୍ଗଠନ

ସମ୍ବଲପୁର: ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ପଶ୍ଚିମ ଓଡିଶାର ଚାଷୀ ସଙ୍ଗଠନ। ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରାଯାଇଛି। ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଛି। ଏହା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ସମ୍ୱଲପୁର ବରେହିପାଲିଠାରେ ୫୫ […]

sambalpur chasi

Rakesh Mallick
  • Published: Friday, 18 December 2015
  • , Updated: 18 December 2015, 10:09 AM IST

ସମ୍ବଲପୁର: ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ପଶ୍ଚିମ ଓଡିଶାର ଚାଷୀ ସଙ୍ଗଠନ। ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରାଯାଇଛି। ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଛି। ଏହା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ସମ୍ୱଲପୁର ବରେହିପାଲିଠାରେ ୫୫ ଓ ୫୩ ନମ୍ୱର ଜାତୀୟ ରାଜପଥ ରାସ୍ତା ଅବରୋଧ କରିଛିନ୍ତି କୃଷକ ସଙ୍ଗଠନର ସଦସ୍ୟ। ରାଜ୍ୟରେ ଫସଲହାନି ଓ ଋଣ ବୋଝ କାରଣରୁ ଚାଷୀମାନେ ଆତ୍ମହତ୍ୟା କରୁଥିବା ସରକାର ପ୍ରଥମେ ସ୍ୱୀକାର କରନ୍ତୁ ବୋଲି ଚାଷୀ ସଙ୍ଗଠନ ଦାବି କରିଛି। ଆଗକୁ ଆନ୍ଦୋଳନକୁ ତୀବ୍ର ହେବ ବୋଲି କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

Related story